ଭୁବନେଶ୍ବର: କୋଭିଡ ମହାମାରୀ ଭୟାବହତାକୁ ଦୃଷ୍ଟିରେ ରଖି ଥାର୍ଡ ଜେଣ୍ଡର ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଠାରେ ମାକ୍ସ, ସାନିଟାଇଜର ଓ ଜୁସ୍ ବଣ୍ଟନ କରାଯାଇଛି । ଦୁଇଟି ପ୍ରମୁଖ ସଙ୍ଗଠନ ଭୁବନେଶ୍ୱର ଲେଡିଜ ସର୍କଲ ୧୨ ଏବଂ ଭୁବନେଶ୍ବର ରାଉଣ୍ଡ ଟେବୁଲ୍ ୫୩ ସହଯୋଗରେ ଟ୍ରାନ୍ସଜେଣ୍ଡର ଓ ଗରିବ ଲୋକଙ୍କୁ ମାସ୍କ, ସାନିଟାଇଜର ଓ ଫଳ ରସ ପ୍ୟାକେଟ ବଣ୍ଟନ କରାଯାଇଛି । ଏହାସହିତ ଲୋକଙ୍କୁ କୋଭିଡ ନିୟମ ପାଳନ ଓ ଭ୍ୟାକ୍ସିନ ଟିକା ପାଇଁ ସଚେତନତା କରିଛନ୍ତି କିନ୍ନର ।
Third Gender Welfare Trust: କିନ୍ନର ଓ ଗରିବଙ୍କୁ ସାନିଟାଇଜର ଓ ଜୁସ୍ ବଣ୍ଟନ - ଥାର୍ଡ ଜେଣ୍ଡର ୱେଲଫେୟାର ଟ୍ରଷ୍ଟର ମାସ୍କ, ସାନିଟାଇଜର ଓ ଜୁସ୍ ବଣ୍ଟନ
କୋଭିଡ ମହାମାରୀ ଭୟାବହତାକୁ ଦୃଷ୍ଟିରେ ରଖି ଥାର୍ଡ ଜେଣ୍ଡର ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଠାରେ ମାକ୍ସ, ସାନିଟାଇଜର ଓ ଜୁସ୍ ବଣ୍ଟନ କରାଯାଇଛି । ଅଧିକ ପଢନ୍ତୁ
Third Gender Welfare Trust: ପକ୍ଷରୁ ମାସ୍କ, ସାନିଟାଇଜର ଓ ଜୁସ୍ ବଣ୍ଟନ
ଅନ୍ୟପଟେ ସଚେତନତାକୁ ନେଇ ଆଗକୁ ବି ବସ୍ତିରେ ଥିବା କିନ୍ନରଙ୍କୁ ମାସ୍କ, ସାନିଟାଇଜର ଦେବା ସହ ସଚେତନତା କରାଇବେ ବୋଲି କହିଛନ୍ତି କିନ୍ନର ମେଘନା ସାହୁ । କାରଣ କରୋନା ସମୟରେ ଜୀବନ ଜୀବିକାକୁ ନେଇ ରାଜଧାନୀରେ ରହୁଥିବା କିନ୍ନର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଅନେକ କାର୍ଯ୍ୟ କରିଥାନ୍ତି । ତେଣୁ ସେମାନେ ମଧ୍ୟ ବହୁମାତ୍ରାରେ କରୋନା ସଂକ୍ରମଣ ହୋଇଥାନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ