ଭୁବନେଶ୍ବର: ଏଣିକି ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମହାମାରୀ କୋରୋନା ଭାଇରସର ସଂକ୍ରମଣ ରୋକିବାକୁ ବାଧ୍ୟତାମୂଳକ ନିର୍ଦ୍ଦେଶ ଦେଇଛି ଓଡିଶା ବିପର୍ଯୟ ପରିଚାଳନା ବିଭାଗ । ଏନେଇ ଆସନ୍ତା ୯ ତାରିଖ ସକାଳ ୭ଟାରୁ ନିୟମ ଲାଗୁ ପାଇଁ ଓଡିଶା ସରକାରଙ୍କ ସମସ୍ତ ବିଭାଗକୁ ଜଣାଇ ଦିଆଯାଇଛି ।
ଓଡିଶାବାସୀଙ୍କୁ ସଂକ୍ରମଣରୁ ବର୍ତ୍ତିବାକୁ ହେଲେ ମୁହଁରେ ମାସ୍କ ପିନ୍ଧିବା ଅନିବାର୍ଯ୍ୟ ବୋଲି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କେବଳ ମେଡିସିନ ଷ୍ଟୋରରେ ମିଳୁଥିବା ମାସ୍କ ନୁହେଁ କପଡା ନିର୍ମିତ ଅର୍ଥାତ ଦୁଇ ଲେୟାର ଥିବା କପଡା ନିର୍ମିତ ମାସ୍କ ପିନ୍ଧିଲେ ଚଳିବ । ନଚେତ ଗାମୁଛା, ରୁମାଲ, ଓଢଣୀ ବା ମୁହଁରେ ପିନ୍ଧିବାକୁ ମଧ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏନେଇ ରାଜ୍ୟବାସୀଙ୍କୁ ଅବଗତ କରାଇବାକୁ ବିଭାଗ ପକ୍ଷରୁ ଜାରି ହୋଇଥିବା ସ୍ବତନ୍ତ୍ର ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ।