ଭୁବନେଶ୍ବର:ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ପ୍ରବଳରୁ ଅତି ପ୍ରବଳ ଭିଡ୍ ଜମିଥାଏ ପୁରୀରେ। ଏହାକୁ ଦୃଷ୍ଟିରେ ରଖି ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ କୋରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଘୋଷଣା କରାଯାଇଛି ।
ସୂଚନାନୁସାରେ, ରାଜ୍ୟରେ କୋରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଘୋଷଣା କରାଯାଇଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ,“ରଥଯାତ୍ରା ଆସୁଛି, ଭିଡ଼ ହେବ । ତେଣୁ ସାବଧାନ ରହିବା ଉଚିତ୍ । ଲକ୍ଷଣ ଥିଲେ ପୁରୀ ଯାଆନ୍ତୁ ନାହିଁ, ଘରେ ବସି ଟିଭିରେ ହିଁ ରଥଯାତ୍ରା ଦେଖନ୍ତୁ । ଏହାସହ ରଥଯାତ୍ରା ଭିଡ଼ରେ ମାସ୍କ ପିନ୍ଧନ୍ତୁ ।