ଭୁବନେଶ୍ବର: ଆସନ୍ତା ବର୍ଷ ଜାନୁଆରୀ 8 ତାରିଖରେ କେନ୍ଦ୍ର ସରକାରଙ୍କ ଶ୍ରମିକ-କୃଷକ ତଥା ଜନ ବିରୋଧୀ ନୀତି ବିରୋଧରେ ଦେଶର ଟ୍ରେଡ଼ ୟୁନିଅନ ମିଳିତ ମଞ୍ଚ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି । ଏହାକୁ ମଜଦୂର ଅଧିକାର ସଂଘର୍ଷ ଅଭିଯାନ (ମାସା) ପକ୍ଷରୁ ସମର୍ଥନ ଘୋଷଣା କରାଯାଇଛି ।
ଶ୍ରମିକ ବିରୋଧୀ ସମାବେଶକୁ ମାସାର ସମର୍ଥନ ଦୁଇ ଦିନି ଧରି ସ୍ଥାନୀୟ ଲୋହିଆ ଏକାଡେମୀ ଠାରେ ମାସା ପକ୍ଷରୁ ଚାଲିଥିବା ସମାବେଶର ଶେଷ ଦିନରେ ନେତା ସଞ୍ଜୟ ସିଙ୍ଗଭୀ ଏହା ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ଶ୍ରମିକ ବିରୋଧୀ ଶ୍ରମିକ ସଂହିତା ବିଲ ଗୁଡିକର ଫିକସଡ଼ ଟର୍ମ ନିଯୁକ୍ତି ନେଇ ପ୍ରସ୍ତାବ ରଖାଯିବ ।
ସେହିପରି ୟୁନିଅନ ଗଠନ ଏବଂ ବନ୍ଦ କରିବାକୁ ସୀମିତ କରିବା ପାଇଁ କଠିନ ଆଇନ, ଶ୍ରମିକଙ୍କୁ ମନଇଚ୍ଛା କାମରେ ଲଗାଇବା ଓ ବାହାର କରିବାର ପ୍ରାବଧାନ ଥିବା ଇଣ୍ଡଷ୍ଟ୍ରିଆଲ ରିଲେସନ ବିଲ ଏବଂ ୱେଜ କୋଡ଼ ବିଲ ପାଇଁ କେନ୍ଦ୍ରୀୟ ନିୟମରେ ଥିବା କାର୍ଯ୍ୟ ଦିବସକୁ 9 ଘଣ୍ଟାରୁ 16 ଘଣ୍ଟା ପର୍ଯ୍ୟନ୍ତ ବିସ୍ତାର କରାଯିବା ପ୍ରସ୍ତାବ ରହିଛି । ଯାହାକୁ ପ୍ରତ୍ୟାହାର କରି ନେବାକୁ ମାସା ପକ୍ଷରୁ ଦାବି କରାଯାଇଛି ।
ଏହା ଛଡା ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକୁ କେନ୍ଦ୍ର ସହ ଘରୋଇ କରଣ କରି କର୍ପୋରେଟ ପ୍ରିତି ଦେଖାଇବା ସହ ଶ୍ରମିକ ମାରଣ ନୀତି ପନ୍ଥା ଆପଣେଇଛନ୍ତି । ଯାହାକୁ ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବା ସହ ଲୋକଙ୍କ ନିକଟରେ ଏହାକୁ ଉପସ୍ଥାପିତ କରାଯିବ ବୋଲି ସେ କହିଛନ୍ତି । ଆଜିର ଏହି ସମ୍ମିଳନୀରେ ଓଡିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରମିକ ନେତାମାନେ ଯୋଗ ଦେଇଥିଲେ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ