ଓଡିଶା

odisha

ରାତିରେ ଭୋଜି କଲେ, ସକାଳୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ

By

Published : Aug 25, 2022, 3:00 PM IST

ଭୁବନେଶ୍ବର ମଞ୍ଚେଶ୍ବର ଥାନା ନିକଟରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ରାତିରେ ଭୋଜି କରିଥିବାବେଳେ ସକାଳୁ ମହିଳାଙ୍କ ମୃତଦେହ ମିଳିଛି । ଅଧିକ ପଢନ୍ତୁ

ରାତିରେ ଭୋଜି କଲେ, ସକାଳୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ
ରାତିରେ ଭୋଜି କଲେ, ସକାଳୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ । ସ୍ଥାନୀୟ ମଞ୍ଚେଶ୍ବର ଥାନା ରସୁଲଗଡ଼ ଭାଗବତ ସନ୍ଧାନ ଅଞ୍ଚଳରେ ବନ୍ଦ ଘରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ । ମୃତ ମହିଳାଙ୍କ ନାମ ପ୍ରଜ୍ଞା ପରମିତା କର ବୋଲି ଜଣାପଡ଼ିଛି । ଗତ କାଲି ରାତିରେ ସାମ୍ନା ଘରେ ଭୋଜି କରିଥିବା ଜଣାପଡିଛି । ତେବେ ସକାଳୁ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ପାରିବାରିକ କଳହ କିମ୍ବା ପରକୀୟ ପ୍ରିତି ମୃତ୍ୟୁର କାରଣ ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ମଞ୍ଚେଶ୍ବର ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।

ରାତିରେ ଭୋଜି କଲେ, ସକାଳୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ

ଏହା ବି ପଢନ୍ତୁ- Haridwar Murder, ଝିଅ ରକ୍ତରେ ହୋଲି ଖେଳିଲା ଜନ୍ମକଲା ବାପା

ବେକରେ ଦଉଡି ଲଗାଇ ଝୁଲୁଥିବାର ପୋଲିସ ଦେଖିବାକୁ ପାଇଛି । ମହିଳାଙ୍କ ମୃତ୍ୟୁ ପାରିବାରିକ କହଳ କି ଅନ୍ୟ କୌଣସି କାରଣ ଯୋଗୁଁ ହୋଇଛି ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣାସ୍ଥଳରେ ମଞ୍ଚେଶ୍ବର ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ମହିଳାଙ୍କ ସମ୍ପର୍କରେ ଅଧିକ ସୂଚନା ମିଳିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details