ଭୁବନେଶ୍ବର: ରାଜ୍ୟରେ 11ଟି ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟ ଡାଉନ ଘୋଷଣା କରାଯାଇଛି । ହେଲେ ଏହି ସମୟରେ ପ୍ରଶାସନର ଅନୁମତି ନେଇ ବାହାଘର କରିହେବ ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି । ସେହିପରି ଆବଶ୍ୟକ ନଥିଲେ ଲକ ଡାଉନରେ ଘରୁ ନ ବାହାରିବାକୁ ସେ ପରାମର୍ଶ ଦେଇଛନ୍ତି ।
ଆସନ୍ତାକାଲି ଠାରୁ ଦୁଇଦିନ ସଟଡାଉନ ରହିବ ୧୧ଟି ଜିଲ୍ଲା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଛି । ଏହି ସମୟରେ ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଜୁଲାଇ 31 ଯାଏଁ ବନ୍ଦ ରହିବ । ହେଲେ ବାକିଥିବା ପରୀକ୍ଷା ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଯେଉଁମାନେ ଲକଡାଉନରେ ବିବାହ କରିବାକୁ ଚାହୁଁଛନ୍ତି, ସେମାନେ ଜିଲ୍ଲା ପ୍ରଶାସନଠାରୁ ଅନୁମତି ନେଇ ବିବାହ କରିପାରିବେ ।