ଭୁବନେଶ୍ବର:ତୁଟିଲା ବିବାଦ, ୪ ଦିନ ପରେ ଖୋଲିଲା ୟୁନିଟ-୨ ମାର୍କେଟ ବିଲ୍ଡିଂ(Market Building in Bhubaneswar) । ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଙ୍ଘର ବିଭିନ୍ନ ଦାବିକୁ ମାନିଲା ଭୁବନେଶ୍ବର ମହାନଗର ନିଗମ(BMC) । ଆଜି(ଗୁରୁବାର) ପୁଣି ଖୋଲିଲା ୟୁନିଟ-୨ ମାର୍କେଟ ବିଲ୍ଡିଂ । ଦୁଇ ଗୋଷ୍ଠୀ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଓ ଗଣ୍ଡଗୋଳ ଯୋଗୁଁ ଗତ ରବିବାର ସନ୍ଧ୍ୟାରୁ ମାର୍କେଟକୁ ବନ୍ଦ ରଖିଥିଲା ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ।
ସୂଚନା ଅନୁସାରେ, ମାର୍କେଟ ଭିତରୁ ଉଠାଦୋକାନୀଙ୍କୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଅଟଳ ରହିଥିଲା ସଂଘ । ବିବାଦକୁ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ କ୍ୟାପିଟାଲ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ମଧ୍ୟ ରୁଜୁ ହୋଇଥିଲା । ବିଭିନ୍ନ ପର୍ଯ୍ୟାୟରେ ଉଭୟ ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀଙ୍କ ସହ ପୋଲିସ ଓ ବିଏମସି କର୍ତ୍ତୃପକ୍ଷଙ୍କ ଆଲୋଚନା ହୋଇଥିଲେ ମଧ୍ୟ ସମାଧାନର କୌଣସି ବାଟ ଫିଟି ନଥିଲା । ଗତକାଲି(ବୁଧବାର) ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ସହିତ ଆଲୋଚନା ପରେ ମାର୍କେଟ ବିଲଡିଂରୁ ଉଠାଦୋକାନୀଙ୍କୁ ଉଚ୍ଛେଦ ନେଇ ବିଏମସି ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଆଜିଠାରୁ ଖୋଲିଲା ୟୁନିଟ-୨ ମାର୍କେଟ ବିଲ୍ଡିଂ ।
ଏହା ମଧ୍ୟ ପଢନ୍ତୁ: ଅନିର୍ଦ୍ଦିଷ୍ଟ ସମୟ ପାଇଁ ଭୁବନେଶ୍ବର ମାର୍କେଟ ବିଲ୍ଡିଂ ବନ୍ଦ