ଓଡିଶା

odisha

ଅନିର୍ଦ୍ଧିଷ୍ଟକାଳ ପାଇଁ ବନ୍ଦ ମାର୍କେଟ ବିଲ୍ଡିଂ: ନିଜ ଜିଦରେ ଅଟଳ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ

By

Published : Jan 5, 2022, 10:24 PM IST

ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ଓ ଉଠାଦୋକାନୀଙ୍କ ମଧ୍ୟରେ ବଢୁଛି ବିବାଦ । ନିଜ ଜିଦରେ ଅଟଳ ରହିଛନ୍ତି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ । ବିଏମସିର ଲିଖିତ ପ୍ରତିଶୃତି ନ ମିଳିବାଯାଏ ବନ୍ଦ ରହିବ ମାର୍କେଟ ବିଲ୍ଡିଂ ବୋଲି କହିଛନ୍ତି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ।ଅଧିକ ପଢନ୍ତୁ

ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ମାର୍କେଟ ବିଲ୍ଡିଂ : ନିଜ ଜିଦରେ ଅଟଳ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ
ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ମାର୍କେଟ ବିଲ୍ଡିଂ : ନିଜ ଜିଦରେ ଅଟଳ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ

ଭୁବନେଶ୍ବର:ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ଓ ଉଠାଦୋକାନୀଙ୍କ ମଧ୍ୟରେ ବଢୁଛି ବିବାଦ । ନିଜ ଜିଦରେ ଅଟଳ ରହିଛନ୍ତି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ । ବିଏମସିର ଲିଖିତ ପ୍ରତିଶୃତି ନ ମିଳିବାଯାଏ ବନ୍ଦ ରହିବ ମାର୍କେଟ ବିଲ୍ଡିଂ ବୋଲି କହିଛନ୍ତି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ । ମାର୍କେଟ ବିଲ୍ଡିଂରୁ ଉଠାଦୋକାନୀଙ୍କୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ପକ୍ଷରୁ ମାର୍କେଟ ବିଲ୍ଡିଂକୁ ମଙ୍ଗଳବାର ଠାରୁ ବନ୍ଦ କରାଯାଇଥିଲା ।

ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ମାର୍କେଟ ବିଲ୍ଡିଂ : ନିଜ ଜିଦରେ ଅଟଳ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ

ଏହି ବିବାଦର ସମାଧାନକୁ ନେଇ ମଧ୍ୟାହ୍ନରେ ବସିଥିଲା ବୈଠକ। ହେଲେ ଏଥିରେ କୌଣସି ନିଷ୍ପତ୍ତି ହୋଇନଥିଲ। ଯଥାଶୀଘ୍ର ବିଏମସି ପକ୍ଷରୁ ମାର୍କେଟ ଖୋଲିବକି ନାହିଁ ନିଷ୍ପତି ହେବ ବୋଲି ବିଏମସି ପ୍ରତିଶୃତି ଦେଇଥିଲା କିନ୍ତୁ ତାହା ନ କରି କିମ୍ବା କୌଣସି ଲିଖିତ ପ୍ରତିଶୃତି ନ ଦେଇ ଡାକବିଜି ଯନ୍ତ୍ରରେ ଉଠାଦୋକାନୀ ଉଚ୍ଛେଦ ନେଇ ଘୋଷଣା କରିଯାଇଛି। ଆଉ ବିଏମସିର ଏହି ନିଷ୍ପତ୍ତିକୁ ଆସୋସିଏସନ ପକ୍ଷରୁକୁ ଗ୍ରହଣ କରାଯାଇନାହିଁ ।

ତେଣୁ ଜିଦରେ ଅଟଳ ରହିଛନ୍ତି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ। ଲିଖିତ ପ୍ରତିଶୃତି ପାଇଁ ଅଡି ବସିଛନ୍ତି ବ୍ୟବସାୟୀ । ଏନେଇ ସୂଚନା ଦେଇଛନ୍ତି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ସଭାପତି ପ୍ରଦୁମ୍ନ ଜେନା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିିଭି ଭାରତ

ABOUT THE AUTHOR

...view details