ଭୁବନେଶ୍ବର: ଦୀର୍ଘ ଦୁଇ ବର୍ଷ ପରେ ପୁଣି ନିଲାମ ହେବ ମରିଚି କୁଣ୍ଡ ପାଣି । ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଥିବା ଏହି କୁଣ୍ଡରେ ଏ ବର୍ଷ ନିଲାମ ପ୍ରକ୍ରିୟା ପରିଚାଳନା କରିବ ବଡୁ ନିଯୋଗ । ଚଳିତ ବର୍ଷ ପୁଣି ଥରେ ଏହି ପବିତ୍ର ପରମ୍ପରା ଆରମ୍ଭ ହେବ ।
ରୁକୁଣା ରଥଯାତ୍ରା ପୂର୍ବ ଦିନ ବା ନେତ୍ର ଉତ୍ସବ ଦିନ ଏହି ପାଣି ନିଲାମ କରାଯିବ । ବିଶ୍ବାସ ରହିଛି ଏହି ପାଣିରେ ଗାଧୋଇଲେ ସନ୍ତାନ ପ୍ରାପ୍ତି ହୁଏ । ତେଣୁ ନିଃସନ୍ତାନ ବା ଯେଉଁମାନେ ମା ହେବାର ସୌଭାଗ୍ୟରୁ ବଞ୍ଚିତ ହୋଇଥାନ୍ତି ।
ନେତ୍ର ଉତ୍ସବରେ ନିଲାମ ହେବ ମରିଚି କୁଣ୍ଡ ପାଣି:ଭାଗ ନେବେ ନିଃସନ୍ତାନ ଦମ୍ପତି ସେମାନେ ଏହି ପାଣିରେ ଗାଧୋଇବା ପାଇଁ ଚାତକ ପରି ଚାହିଁ ରହିଥାନ୍ତି । ତେଣୁ ଦୁଇବର୍ଷ ପୂର୍ବରୁ ଯେତେବେଳେ ନିଲାମ ପ୍ରକ୍ରିୟା ହୋଇଥିଲା । ସେତବେଳେ ପ୍ରଥମ ଗରା ପାଣି ଅଢେଇ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାରେ ନିଲାମ ହୋଇଥିଲା । ଚଳିତ ବର୍ଷ ପୁଣି ସେହି ପରମ୍ପରା ଆରମ୍ଭ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ ବଢିବ ବୋଲି କହିଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ