ରାଜ୍ୟରେ ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଓଡିଶା ମୁଁହା ପଡୋଶୀ ରାଜ୍ୟର ମାଓବାଦୀ !
ପଡୋଶୀ ରାଜ୍ୟ ସୀମାରେ ମାଓବାଦୀ ସକ୍ରିୟ । ମାଓ ଅପରେସନ ବେଳେ କରୁଛନ୍ତି କାଉଣ୍ଟର ହାମଲା । ତେବେ ରାଜ୍ୟରେ ମାଓ ସଙ୍ଗଠନ ଦୁର୍ବଳ ହୋଇଥିଲେ ମଧ୍ୟ ଚିନ୍ତା ବଢାଇଛନ୍ତି ପଡୋଶୀ ମାଓ କ୍ୟାଡର । ପଡୋଶୀ ସୀମାରେ ମାଓବାଦୀଙ୍କ ଏକାଠି ପରେ ଓଡିଶା ଆଡକୁ ମୁହାଇଁପାରନ୍ତି । ଅଧିକ ପଢନ୍ତୁ...
ଭୁବନେଶ୍ବର: ସୀମାରେ ଜୋରଦାର୍ ଚାଲିଛି ମାଓ ଅପରେସନ୍ ଏବଂ ମାଓ ମୁକାବିଲା ନେଇ ପ୍ରସ୍ତୁତି । ଗୁଇନ୍ଦା ବିଭାଗର ଆଲର୍ଟ ପରେ ଘନ ଘନ ମାଓ ଇଲାକା ଗସ୍ତ କରୁଛନ୍ତି ପୋଲିସ ଡିଜି ଅଭୟ । ପ୍ରସ୍ତୁତ ହେଉଛି ବ୍ଲୁପ୍ରିଣ୍ଟ, ଲଞ୍ଚ ହେଉଛି ସ୍ପେଶାଲ ମିଶନ । ଝାଡଖଣ୍ଡର ପୂର୍ବ ସିଂହଭୂମ, ପଶ୍ଚିମ ସିଂହଭୂମ ଏବଂ ଚାଇବସାର ଲାଞ୍ଜି ପାହାଡରେ ମାଓବାଦୀ ହମଲା ପରେ ଏବେ ଆର୍ଲଟରେ ଓଡିଶା ପୋଲିସ । ରାଜ୍ୟରେ ମାଓ ସଙ୍ଗଠନ ଦୁର୍ବଳ ହୋଇଥିଲେ ମଧ୍ୟ ଚିନ୍ତା ବଢାଇଛନ୍ତି ପଡୋଶୀ ମାଓ କ୍ୟାଡର । ଚାଇବସାର ଲାଞ୍ଜି ପାହାଡ ଓ ସରେଇକେଲାରେ ୩୦୦ ମାଓବାଦୀଙ୍କ ଏକାଠି ପରେ ଓଡିଶା ଆଡକୁ ମୁହାଇଁପାରନ୍ତି ପଡୋଶୀ ମାଓବାଦୀ । ଏଥିପାଇଁ ସୀମାନ୍ତରେ ୨ ଟପ ମାଓ ଲିଡର, ଅସୀମ ମଣ୍ଡଳ ଓରଫ ଆକାଶ ଏବଂ ସଚ୍ଚିନଙ୍କ ଉପରେ ନଜର ରଖିଛି ରାଜ୍ୟ ଗୁଇନ୍ଦା ବିଭାଗ ।