ଭୁବନେଶ୍ବର:ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ତାତି ବଢ଼ିବାରେ ଲାଗିଛି । ବୁଧବାର ରାଜ୍ୟର ୮ଟି ସହରରେ ତାପମାତ୍ରା ୪୧ ଡିଗ୍ରୀ କିମ୍ବା ୪୧ ଡିଗ୍ରୀ ଉପରେ ରହିଥିଲା । ଟିଟିଲାଗଡ଼ରେ ସର୍ବାଧିକ ୪୨.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହାକୁ ନେଇ ଟ୍ବିଟ୍ କରି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ବୁଧବାର ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ତା ପଛକୁ ବଲାଙ୍ଗୀରରେ ତାପମାତ୍ରା ୪୨.୫ ଡିଗ୍ରୀ ସେଲସିୟସ ରହିଥିଲା । ସେହିଭଳି ସୋନପୁରରେ ୪୧.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁ଼ଡ଼ାରେ ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କାଯାଇଛି । ସେପଟେ ଭବାନୀପାଟଣା ଓ ବୌଦ୍ଧରେ ମଧ୍ୟ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ରହିଥିଲା ।