ଭୁବନେଶ୍ବର:ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରୁଛନ୍ତି ପର୍ଯ୍ୟଟକ । ଅନଲାଇନ ମାଧ୍ୟମରେ ନିଜର ପସନ୍ଦର ଜୀବଜନ୍ତୁଙ୍କ ପୋଷ୍ୟ ଭାବରେ ଗ୍ରହଣ କରିବାକୁ ପର୍ଯ୍ୟଟକ ଆଗ୍ରହ ଦେଖାଉଛନ୍ତି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୪୫୬ଟି ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ୨୦୨୦ ଏପ୍ରିଲଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ବାଘ, ଭାଲୁ, ହରିଣ, ସିଂହ, ହାତୀ, ସାପ ପକ୍ଷୀ, ଭଳି ଅନେକ ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିସାରିଛନ୍ତି ।
ନନ୍ଦନକାନନ ପ୍ରତି ବଢୁଛି ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ, 456 ଜୀବଜନ୍ତୁଙ୍କୁ ପୋଷ୍ୟଭାବେ ଗ୍ରହଣ - ନନ୍ଦନକାନନରେ ଜୀବଜନ୍ତୁଙ୍କୁ ପୋଷ୍ୟ ଭାବେ ଗ୍ରହଣ
ଚଳିତ ବର୍ଷ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୪୫୬ଟି ଜୀବଜନ୍ତୁଙ୍କୁ ବିଭିନ୍ନ ସଂସ୍ଥା ଓ ସାଧାରଣ ଲୋକମାନେ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରର ପର୍ଯ୍ୟଟକମାନେ ମଧ୍ୟ ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିଆସୁଛନ୍ତି । ନିଜ ପସନ୍ଦର ଜୀବଜନ୍ତୁଙ୍କୁ ଆଦରି ନେଇଛନ୍ତି । ଅଧିକ ପଢନ୍ତୁ...
![ନନ୍ଦନକାନନ ପ୍ରତି ବଢୁଛି ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ, 456 ଜୀବଜନ୍ତୁଙ୍କୁ ପୋଷ୍ୟଭାବେ ଗ୍ରହଣ ନନ୍ଦନକାନନରେ ଜୀବଜନ୍ତୁଙ୍କ ପାଇଁ ପର୍ଯ୍ୟଟକଙ୍କ ବଢୁଛି ଆଦର](https://etvbharatimages.akamaized.net/etvbharat/prod-images/768-512-13567379-thumbnail-3x2-nandankanan-.jpg)
ଏହା ଓଡିଶା ଏବଂ ନନ୍ଦନକାନନ ପାଇଁ ଏକ ସଫଳତା ବୋଲି କୁହାଯାଉଛି । ଅଗଷ୍ଟରୁ ସେପ୍ଟେମ୍ବର ମାସ ମଧ୍ୟରେ ପାଖାପାଖି ୫୦ରୁ ଅଧିକ ଜୀବଜନ୍ତୁଙ୍କ ପୋଷ୍ୟ ଭାବରେ ଗ୍ରହଣ କରାଯାଇଛି । ଜୀବଜନ୍ତୁଙ୍କ ପୋଷ୍ୟ ଭାବରେ ଗ୍ରହଣ କଲେ ପର୍ଯ୍ୟଟକଙ୍କୁ ଜନ୍ତୁଙ୍କ ଖର୍ଚ୍ଚ ବାବଦରେ ବର୍ଷକର ଅର୍ଥ ପଇଠ କରିବାକୁ ପଡ଼ିଥାଏ । ନନ୍ଦନକାନନରେ ପାଖାପାଖି ୩ ହଜାରରୁ ଅଧିକ ଜୀବଜନ୍ତୁ ରହିଛନ୍ତି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଥିଲା । ଏହାପରେ ଅନେକ ପର୍ଯ୍ୟଟକମାନେ ନିଜ ମନ ପସନ୍ଦର ଜୀବଜନ୍ତୁଙ୍କୁ ଆପଣାଇ ନେଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ