ଭୁବନେଶ୍ବର:ରାଜ୍ୟରେ ବଢୁଛି ନକଲି ସାର୍ଟିଫିକେଟ(Fake Disability Certificate) ତାଲିକା । ରାଜ୍ୟରେ ଥିବା ପ୍ରମୁଖ ମହାବିଦ୍ୟାଳୟରେ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ କରୁଛନ୍ତି ଆଡମିଶନ । 6 ମାସରେ 60 ଜଣ ଛାତ୍ରଛାତ୍ରୀଙ୍କ ଆଡମିସନ ବାତିଲ କରାଯାଇଛି । ପ୍ରମୁଖ ମହାବିଦ୍ୟାଳୟ ଗୁଡିକ ହେଲା ଭୁବନେଶ୍ବରର ବିଜେବି ସ୍ବଂଶାସିତ ମହାବିଦ୍ୟାଳୟ, ଭୁବନେଶ୍ବରର ମହର୍ଷି କଲେଜ, ଭୁବନେଶ୍ବରର ରାଜଧାନୀ ମହାବିଦ୍ୟାଳୟ, ଭଦ୍ରକ ସ୍ବଂଶାସିତ ମହାବିଦ୍ୟାଳୟ, କଟକର ଜେକେବିକେ କଲେଜ ଏବଂ ପୁରୀର ଏସସିଏସ ମହାବିଦ୍ୟାଳୟ । ରାଜ୍ୟରେ ପ୍ରକୃତ ଭିନ୍ନକ୍ଷମ ସରକାରୀ କଲେଜ ମାନଙ୍କରେ ସିଟ୍ ପାଉନଥିବାବେଳେ ସାଧାରଣ ଛାତ୍ରଛାତ୍ରୀମାନେ ନକଲି ସାର୍ଟିଫିକେଟ ଦେଖାଇ ସ୍ୱଳ୍ପ ଦେୟରେ ନାମ ଲେଖାଉଥିବା ଅଭିଯୋଗ ହୋଇଛି ।
1)ଚଳିତ ବର୍ଷ ପ୍ରଥମ କରି 2022 ଫେବୃଆରୀ 22 ତାରିଖରେ ଭଦ୍ରକ ସ୍ବଂୟଶାସିତ ମହାବିଦ୍ୟାଲୟରୁ ସର୍ବାଧିକ 28 ଜଣ ଛାତ୍ରଛାତ୍ରୀ ନକଲି ଭିନ୍ନକ୍ଷମ ସାର୍ଟିଫିକେଟରେ ନାମ ଲେଖାଇଥିଲେ । ଯାହା 10 ଜଣ ଛାତ୍ରୀ ରହିଥିବାବେଳେ ବାକି 18 ଜଣ ଛାତ୍ର ରହିଛନ୍ତି । ଉଭୟ କଳା ବାଣିଜ୍ୟ ଏବଂ ବିଜ୍ଞାନ ବିଭାଗରୁ ଛାତ୍ରଛାତ୍ରୀମାନେ ନକଲି ସାର୍ଟିଫିକେଟ ଦର୍ଶାଇ ନାମ ଲେଖାଇଥିଲେ । ସମସ୍ତ ଛାତ୍ରଛାତ୍ରୀ 2019-2020, 2020-2021, 2021-2022 ଶିକ୍ଷାବର୍ଷର ।
2) ସେହିପରି ଭାବରେ ବିଜେବି ସ୍ବଂଶାସିତ ମହାବିଦ୍ୟାଳୟରୁ ଏପ୍ରିଲ 8 ତାରିଖରେ 8 ଜଣ ନକଲି ଭିନ୍ନକ୍ଷମ ଛାତ୍ରଛାତ୍ରୀ ଚିହ୍ନଟ ହୋଇଥିଲେ । ସମସ୍ତେ2019-2020, 2020-2021, 2021-2022 ଶିକ୍ଷା ବର୍ଷର ଅଟନ୍ତି । ସମସ୍ତେ ଉଭୟ କଳା ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ । ସେଥି ମଧ୍ୟରୁ 5 ଜଣ ଛାତ୍ରୀ ରହିଥିବାବେଳେ 3 ଜଣ ଛାତ୍ର ରହିଛନ୍ତି । ସେହି ଭଳି ଭାବରେ ଅଗଷ୍ଟ 4 ତାରିଖରେ ପୁନର୍ବାର ବିଜେବି ସ୍ବଂୟଶାସିତ ମହାବିଦ୍ୟାଳୟରୁ 3 ଜଣ ଛାତ୍ରଛାତ୍ରୀ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଖାଇ କରିଥିଲେ ଆଡମିଶନ । ସେମାନଙ୍କ ମଧ୍ୟରୁ 2 ଜଣ ଛାତ୍ରୀ ଓ ଜେନ ମାତ୍ର ଛାତ୍ର ରହିଥିବାବେଳେ ସମସ୍ତେ 2019-2021 ଶିକ୍ଷା ବର୍ଷର ଅଟନ୍ତି ।
3) ଭୁବନେଶ୍ବରର ରାଜଧାନୀ କଲେଜର 6 ଜଣ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଖାଇ ନାମ ଲେଖାଇଥିଲେ । ସମସ୍ତେ କଳା ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଅଟନ୍ତି । ସେମାନଙ୍କ ମଧ୍ୟରୁ 5 ଜଣ ଛାତ୍ର ରହିଥିବାବେଳେ ଜଣେ ମାତ୍ର ଛାତ୍ରୀ ଅଛନ୍ତି । ସମସ୍ତେ 2021-2022 ଶିକ୍ଷା ବର୍ଷର ।
4) ଭୁବନେଶ୍ବରର ମହର୍ଷି ମହାବିଦ୍ୟାଳୟରୁ ଜଣେ ମାତ୍ର ଛାତ୍ରୀ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଖାଇ କରିଥିଲେ ଆଡମିଶନ ।
5) ମଇ ମାସ 10 ତାରିଖରେ କଟକର ଜେକେବିକେ କଲେଜର 4 ଜଣ ଛାତ୍ର ଛାତ୍ରୀଙ୍କର ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ମାଧ୍ୟମରେ ନାମ ଲେଖାଇଥିଲେ । ସେମାନଙ୍କ ମଧ୍ୟରୁ 3 ଜଣ ଛାତ୍ରୀ ରହିଥିବାବେଳେ ଜଣେ ମାତ୍ର ଛାତ୍ର ରହିଛନ୍ତି ।