ଓଡିଶା

odisha

ETV Bharat / city

ଭାରତ ବନ୍ଦ: ରାସ୍ତା ଅବରୋଧ କରି ଶତାଧିକ ଆନ୍ଦୋଳନକାରୀ ଅଟକ

ଭୁବନେଶ୍ବରରେ ଭାରତ ବନ୍ଦରେ ପ୍ରଭାବ । ଡମଣା ଛକ ନିକଟରେ ମୁଖ୍ୟ ରାସ୍ତା ଅବରୋଧ କରି ଥାନାରେ ଅଟକ ଶତାଧିକ ଆନ୍ଦୋଳନକାରୀ। ଅଧିକ ପଢନ୍ତୁ...

By

Published : Sep 27, 2021, 2:04 PM IST

Updated : Sep 27, 2021, 2:41 PM IST

ଭାରତ ବନ୍ଦ: ରାସ୍ତା ଅବରୋଧ କରି ଗିରଫ ହେଲେ ଶତାଧିକ ଆନ୍ଦୋଳନକାରୀ
ଭାରତ ବନ୍ଦ: ରାସ୍ତା ଅବରୋଧ କରି ଗିରଫ ହେଲେ ଶତାଧିକ ଆନ୍ଦୋଳନକାରୀ

ଭୁବନେଶ୍ବର: କେନ୍ଦ୍ରର ୩ କୃଷି ଆଇନ ନେଇ ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚାର ଭାରତ ବନ୍ଦ ଡାକରା । ଏହାର ପ୍ରଭାବ ମଧ୍ୟ ଭୁବନେଶ୍ବରରେ ଦେଖିବାକୁ ମିଳିଛି । ଆଜି ଡମଣା ଛକ ନିକଟରେ ଶତାଧିକ କୃଷକ ମୋର୍ଚ୍ଚାକର୍ମୀ ମାନେ ମୁଖ୍ୟ ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଥିଲେ । ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ।

ଭାରତ ବନ୍ଦ: ରାସ୍ତା ଅବରୋଧ କରି ଶତାଧିକ ଆନ୍ଦୋଳନକାରୀ ଅଟକ

ମିଳିଥିବା ସୂଚନା ଅନୁଯାୟୀ, ୩ କୃଷି ଆଇନକୁ ବିରୋଧ କରି ଆଜି କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ରାଜଧାନୀର ବିଭିନ୍ନ ଛକରେ ମଧ୍ୟ ଆନ୍ଦୋଳନକାରୀ ମାନେ ବନ୍ଦ ପାଳନ କରୁଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Sep 27, 2021, 2:41 PM IST

ABOUT THE AUTHOR

...view details