ଭୁବନେଶ୍ବର: ବିଜେପିରେ ଯୋଗଦେଲେ ଭଦ୍ରକ ଚାନ୍ଦବାଲି ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଦଳରେ ହେଲେ ସାମିଲ । ସୂଚନା ଅନୁସାରେ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମନମୋହନ ସାମଲଙ୍କ ନେତୃତ୍ବରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିଭିନ୍ନ ରାଜନୈତିକ ଦଳର ନେତା ବିଜେପିରେ ଯୋଗ ଦେଇଛନ୍ତି ।
ବିଭିନ୍ନ ଦଳର ଶତାଧିକ କର୍ମୀ ବିଜେପିରେ ସାମିଲ - ଓଡ଼ିଶା ବିଜେପି
ଭଦ୍ରକ ଚାନ୍ଦବାଲି ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ । ଅଧିକ ପଢ଼ନ୍ତୁ
ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଶତାଧିକ କର୍ମୀ ବିଜେପିରେ ସାମିଲ
ଏହା ପୂର୍ବରୁ ସେମାନେ ବିଭିନ୍ନ ଦଳରେ ଥିବା ବେଳେ ବିଜେପିର ବିଭିନ୍ନ ଦୁଃସାହସିକ ନିଷ୍ପତ୍ତିରେ ପ୍ରଭାବିତ ହୋଇଥିବା ଏମାନେ ପ୍ରକାଶ କରିଛନ୍ତି । ଦଳରେ ସାମିଲ ହୋଇଥିବା ସମସ୍ତ କର୍ମୀଙ୍କୁ ସ୍ବାଗତ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଏହି ମିଶ୍ରଣ ଦ୍ବାରା ଭବିଷ୍ୟତରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବିଜେପିର ସଙ୍ଗଠନ ମଜବୁତ ହେବ ବୋଲି ସେ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର