ଓଡିଶା

odisha

ETV Bharat / city

ପ୍ରିକସନ ଡୋଜ୍‌ ନେଇନାହାନ୍ତି 40 ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ, ଟିକା ନେବାକୁ ଅପିଲ୍‌ - ରାଜ୍ୟରେ ଅନେକ ଦ୍ବିତୀୟ ଡୋଜ୍‌ ନେଇ ନାହାନ୍ତି

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦ୍ୱିତୀୟ ଡୋଜ ଟୀକା ନେଇନାହାନ୍ତି 29 ଲକ୍ଷ ଲୋକ। ପ୍ରିକସନ ଡୋଜ ଟୀକା ନେଇନାହାନ୍ତି ରାଜ୍ୟର 40 ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ । ତେବେ 90 ପ୍ରତିଶତ ଫ୍ରଣ୍ଟଲାଇନ ୱାର୍କର ପ୍ରିକସନ ଡୋଜ ଟୀକା ନେଇ ସାରିଛନ୍ତି । ଅଧିକ ପଢନ୍ତୁ

ପ୍ରିକସନ ଡୋଜ୍‌ ନେଇନାହାନ୍ତି 40 ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ, ଟିକା ନେବାକୁ ଅପିଲ୍‌
ପ୍ରିକସନ ଡୋଜ୍‌ ନେଇନାହାନ୍ତି 40 ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ, ଟିକା ନେବାକୁ ଅପିଲ୍‌

By

Published : Jun 20, 2022, 6:46 PM IST

ଭୁବନେଶ୍ବର:ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୦ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ପ୍ରିକସନ ଟିକା ନେଇ ନାହାନ୍ତି । ରାଜ୍ୟରେ ଏବେ ମୋଟ ୨୯ ଲକ୍ଷ ଲୋକ କୋଭିଡର ଦ୍ବିତୀୟ ଡୋଜ୍‌ ନେଇ ନାହାନ୍ତି । ପ୍ରତ୍ୟେକଙ୍କୁ ଟିକା ନେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ।

ସ୍ୱାସ୍ଥ୍ୟକର୍ମୀ ହୁଅନ୍ତୁ ବା ସାଧାରଣ ଲୋକ, ଟିକା ନେବା ନିହାତି ଆବଶ୍ୟକ । କିନ୍ତୁ ଅଧିକାଂଶ ଟିକା ନେବା ପାଇଁ ଅମଙ୍ଗ ହେଉଛନ୍ତି । ୯୦ ପ୍ରତିଶତ ଫ୍ରଣ୍ଟ୍‌ଲାଇନ୍‌ ୱାର୍କର ପ୍ରିକସନ ଡୋଜ ଟିକା ନେଇ ସାରିଛନ୍ତି । ୯୬ ପ୍ରତିଶତ ୧୮ ବର୍ଷରୁ ଊର୍ଦ୍ଧ୍ବ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି । ସେହିଭଳି ୯୧ ପ୍ରତିଶତ ୧୨ରୁ ୧୪ ବର୍ଷ ପ୍ରଥମ ଡୋଜ୍‌ କୋଭିଡ ଟିକା ନେଇଛନ୍ତି । ୧୫ରୁ ୧୭ ବର୍ଷ ବୟସ୍କ ବର୍ଗର ୮୦ ପ୍ରତିଶତ ପ୍ରଥମ ଡୋଜ୍‌ ଟିକା ନେଇ ସାରିଛନ୍ତି ।

ପ୍ରିକସନ ଡୋଜ୍‌ ନେଇନାହାନ୍ତି 40 ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ, ଟିକା ନେବାକୁ ଅପିଲ୍‌

ବର୍ତ୍ତମାନ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟରେ ଆରମ୍ଭ ହୋଇଛି ହର୍‌ ଘର୍‌ ଦସ୍ତକ୍‌ କାର୍ଯ୍ୟକ୍ରମ । ଏହି ଅଭିଯାନ ମାଧ୍ୟମରେ କିଏ ପ୍ରଥମ ଡୋଜ୍‌ ନେଇଛି, କିଏ ଦ୍ୱିତୀୟ ଡୋଜ୍‌ ନେଇଛି, କିଏ ପ୍ରିକସନ ଡୋଜ୍‌ ନେଇଛି, କିଏ ଟୀକା ନେଇନାହାନ୍ତି ତାହା ଚିହ୍ନଟ କରାଯାଉଛି । ମୋବାଇଲ ଭ୍ୟାନ ଜରିଆରେ ଘର ଘର ବୁଲି ଟିକା ଦିଆଯାଉଛି । ଜୁନ ୧ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜରିଆରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୪୬ ହଜାର ୩୩୪ ଡୋଜ୍‌ ଟିକା ଦିଆହୋଇଛି । ବର୍ତ୍ତମାନ ରାଜ୍ୟରେ ୨୨୭୭ ଟିକାକରଣ କେନ୍ଦ୍ରରେ ଟିକାଦାନ ଚାଲିଛି । ସୁରକ୍ଷା ଦୃଷ୍ଟିରୁ ରାଜ୍ୟବାସୀଙ୍କୁ ଟିକା ନେବାକୁ ଅପିଲ୍‌ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ।

For All Latest Updates

TAGGED:

ABOUT THE AUTHOR

...view details