ଭୁବନେଶ୍ବର:74ତମ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ବ୍ୟକ୍ତିତ୍ବଙ୍କୁ ରାଜଧାନୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ ଲାଭ କରିଥିବା 13 ଜଣ ବ୍ୟକ୍ତିଙ୍କୁ ମିଳିଛି ରାଜଧାନୀ ଗୌରବ ସମ୍ମାନ । ଭୁବନେଶ୍ବର ବିଧାନସଭା ସମ୍ମୁଖରେ ଆୟୋଜିତ ହୋଇଥିଲା ଭୁବନେଶ୍ବର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ । ଏଥିରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।
ରାଜ୍ୟ ପ୍ରତି ଥିବା ଉଲ୍ଲେଖନୀୟ ଅବଦାନ ଥିବା ୧୩ ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନରେ ସମ୍ମାନିତ କରିଛନ୍ତି ବାଚସ୍ପତି । କୋରୋନା କାଳରେ ଲୋକଙ୍କୁ ଅନବରତ ସେବା ଯୋଗାଇଥିବାରୁ ଡକ୍ଟର ସଂଘମିତ୍ରା ପତିଙ୍କୁ କୋରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି କୋଭିଡ ପରିଚାଳନା ପାଇଁ ଶୁଭେନ୍ଦୁ ସାହୁଙ୍କୁ ମଧ୍ୟ କୋରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି ପଦ୍ମଶ୍ରୀ ଅଜୟ ପରିଡାଙ୍କୁ ବିଜ୍ଞାନ କ୍ଷେତ୍ର ଅବଦାନ ପାଇଁ ସମ୍ମାନିତ କରାଯାଇଥିବା ବେଳେ ସ୍ବାସ୍ଥ୍ୟ ସେବା ପାଇଁ ଡକ୍ଟର ଅଶୋକ ନନ୍ଦଙ୍କୁ ସମ୍ମାନିତ କରାଯାଇଛି ।