ଓଡିଶା

odisha

ETV Bharat / city

Municipal Polls: ୫ମ ଦିନରେ ନାମାଙ୍କନ ପତ୍ର ଦାଖଲ ଜୋରଦାର - ଭୁବନେଶ୍ବରରେ ପୌର ନିର୍ବାଚନ ମାହୋଲ

ଆସନ୍ତାକାଲି(ସୋମବାର) ନାମାଙ୍କନ ପତ୍ର ଦାଖଲର ଶେଷ ଦିନ । ଏଥିଲାଗି ଆଜି ଅଧିକ ସଂଖ୍ୟାରେ ନାମାଙ୍କନ ଦାଖଲ ହେଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Municipal Poll: ୫ମ ଦିନରେ ନାମାଙ୍କନ ପତ୍ର ଦାଖଲ ଜୋରଦାର
Municipal Poll: ୫ମ ଦିନରେ ନାମାଙ୍କନ ପତ୍ର ଦାଖଲ ଜୋରଦାର

By

Published : Mar 6, 2022, 5:40 PM IST

ଭୁବନେଶ୍ବର: ମହାନଗର ନିଗମ ନିର୍ବାଚନ ପାଇଁ ପ୍ରକ୍ରିୟା ବା ନାମାଙ୍କନର ଆଜି(ରବିବାର) ପଞ୍ଚମ ଦିନ। ପଞ୍ଚମ ଦିନରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଜୋରଦାର ଚାଲିଛି । ନାମାଙ୍କନକୁ ଆଉ ଗୋଟିଏ ଦିନ ବାକି ରହିବା ସହ ରବିବାର ହୋଇଥିବାରୁ ବିଏମସି ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଶାୟୀଙ୍କ ଭିଡ଼ ଦେଖିବାକୁ ମିଳିଛି ।

Municipal Poll: ୫ମ ଦିନରେ ନାମାଙ୍କନ ପତ୍ର ଦାଖଲ ଜୋରଦାର

ତିନି ପ୍ରମୁଖ ଦଳ ବିଜେଡି, ବିଜେପି ସହ ଆପ୍‌ ଓ ସ୍ବାଧୀନ ପ୍ରାର୍ଥୀମାନେ ଆସି ନାମାଙ୍କନ ଭରୁଛନ୍ତି । ତେବେ ମେୟର, ଡେପୁଟି ମେୟର ଓ କର୍ପୋରେଟର ନିର୍ବାଚନ ପାଇଁ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ଦିନ ୧୧ ଟାରୁ ୩ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ। ଆଜି ପଞ୍ଚମ ଦିନରେ ମଧ୍ୟ ନାମାଙ୍କନ ପତ୍ର କ୍ରୟ କରିବାକୁ ବିଏମସି ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଶାୟୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ଆଶାୟୀ ନିଜ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଭରିଥିଲେ। ଅନ୍ୟପଟେ ମାସିଭ୍ ସ୍କେଲର୍ ଫର୍ମ କିଣା ସହ ନାମାଙ୍କନ କରୁଛନ୍ତି । ଏଯାବତ ୬୦୦ରୁ ଊର୍ଦ୍ଧ୍ବ ଫର୍ମ ବିକ୍ରି ସରିଛି । ଆଗକୁ ଏକାଧିକ ପ୍ରାର୍ଥୀପତ୍ର ଦାଖଲ କରିବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ୩୦ରୁ ଊର୍ଦ୍ଧ୍ବ କର୍ପୋରେଟର ଓ ଜଣେ ମେୟର ପାଇଁ ଫର୍ମ ନେଇଛନ୍ତି ।

ଆସନ୍ତାକାଲି ନାମାଙ୍କନ ଦାଖଲ କରିବାର ଶେଷ ଦିନ । ଭିଡକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ତେବେ ସୂଚନା ଥାଉ କି ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ । ଏହାପରେ ୨୬ରେ ଭୋଟ ଗଣତି ହେବ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details