ଓଡିଶା

odisha

ETV Bharat / city

ପୌର ଫାଇଟ: ନାମାଙ୍କନର ତୃତୀୟ ଦିନ, ଭୁବନେଶ୍ବରରେ ପ୍ରାର୍ଥୀପତ୍ର ଦାଖଲ କଲେ ୧୫ ପ୍ରାର୍ଥୀ - ଭୁବନେଶ୍ବରରେ ପୌର ନିର୍ବାଚନ ପ୍ରସ୍ତୁତି

ପୌର ନିର୍ବାଚନ ନାମାଙ୍କନ ଦାଖଲ ପ୍ରକ୍ରିୟାର ଆଜି ତୃତୀୟ ଦିନ । ତୃତୀୟ ଦିନରେ ରାଜଧାନୀରେ ମାମାଙ୍କନ ଦାଖଲ କରିଛନ୍ତି ମୋଟ ୧୫ ଜଣ ପାର୍ଥୀ । ଅଧିକ ପଢ଼ନ୍ତୁ

ପୌର ଫାଇଟ: ନାମାଙ୍କନର ତୃତୀୟ ଦିନ, ଭୁବନେଶ୍ବରରେ ପ୍ରାର୍ଥୀପତ୍ର ଦାଖଲ କଲେ ୧୫ ପ୍ରାର୍ଥୀ
ପୌର ଫାଇଟ: ନାମାଙ୍କନର ତୃତୀୟ ଦିନ, ଭୁବନେଶ୍ବରରେ ପ୍ରାର୍ଥୀପତ୍ର ଦାଖଲ କଲେ ୧୫ ପ୍ରାର୍ଥୀ

By

Published : Mar 4, 2022, 7:25 PM IST

ଭୁବନେଶ୍ବର:ପୌର ନିର୍ବାଚନ ନାମାଙ୍କନ ଦାଖଲ ପ୍ରକ୍ରିୟାର ଆଜି ତୃତୀୟ ଦିନ । ତୃତୀୟ ଦିନରେ ରାଜଧାନୀରେ ମାମାଙ୍କନ ଦାଖଲ କରିଛନ୍ତି ମୋଟ ୧୫ ଜଣ ପାର୍ଥୀ । ବିଜେଡିର ଜଣେ ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ ବିଜେପି ପକ୍ଷରୁ ୧୪ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି ।

ପୌର ଫାଇଟ: ନାମାଙ୍କନର ତୃତୀୟ ଦିନ, ଭୁବନେଶ୍ବରରେ ପ୍ରାର୍ଥୀପତ୍ର ଦାଖଲ କଲେ ୧୫ ପ୍ରାର୍ଥୀ
ମେୟର, ଡେପୁଟି ମେୟର ଓ କର୍ପୋରେଟର ନିର୍ବାଚନ ପାଇଁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟାରୁ ୩ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ । ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଭରିଛନ୍ତି । ତୃତୀୟ ଦିନରେ ମଧ୍ୟ ନାମାଙ୍କନ ପତ୍ର କ୍ରୟ କରିବାକୁ ବିଏମସି ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଶାୟୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଉଭୟ ଦଳର ଆଶାୟୀ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଭରିଥିଲେ ।


ମେୟର ଡେପୁଟି ମେୟର ଓ କର୍ପୋରେଟର ପାଇଁ ବିପୁଳ ଫର୍ମ କିଣା ହେଉଥିବା ଅତିରିକ୍ତି ଜିଲ୍ଲାପାଳ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ୫୫୨ ଫର୍ମ ବିକ୍ରି ସରିଛି । ତେଣୁ ପ୍ରତ୍ୟେକ ଆସନ ପାଇଁ ଏକାଧିକ ପ୍ରାର୍ଥୀପତ୍ର ଦାଖଲ କରିବାର ସମ୍ଭାବନା ରହିଛି । ଯଦିଓ ୧୫ ଜଣ ମେୟର ପ୍ରାର୍ଥୀ ପାଇଁ ଫର୍ମ ନେଇଛନ୍ତି, କିନ୍ତୁ କେହି ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details