ଭୁବନେଶ୍ବର: ପୂର୍ବତଟ ରେଳପଥର ୨୬ଟି ଷ୍ଟେସନରେ ମନୁମେଣ୍ଟାଲ ଜାତୀୟ ପତାକା ସ୍ଥାପନ ହେବ । ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ଜିଲ୍ଲା ସଦର ମହକୁମା ଓ ପର୍ଯ୍ୟଟନ ସ୍ଥଳର ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ମାନଙ୍କରେ ଏହି ମନୁମେଣ୍ଟାଲ ଜାତୀୟ ପତାକା ଉଡିବ ।
ଭାରତୀୟ ରେଳବାଇରେ ଯାତ୍ରୀ ମାନଙ୍କ ମଧ୍ୟରେ ରାଷ୍ଟ୍ରବାଦ ଏବଂ ଦେଶ ଭକ୍ତିର ଭାବନା ସୃଷ୍ଟି କରିବା ପାଇଁ ରେଳଷ୍ଟେସନ ଗୁଡିକୁ ସୌନ୍ଦର୍ଯ୍ୟକରଣ କରିବା ଲକ୍ଷ୍ୟରେ ରେଳମନ୍ତ୍ରଣାଳୟ ଆଦେଶନାମା ଅନୁଯାୟୀ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରିବ । ନିଷ୍ପତ୍ତି ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୨୬ଟି ଷ୍ଟେସନ ଠାରେ ଏକଶହ ଫୁଟ ଉଚ୍ଚତା ବିଶିଷ୍ଟ ଖମ୍ବରେ ଜାତୀୟ ପତାକା ସ୍ଥାପନ କରାଯିବ । ଉକ୍ତ 26ଟି ଷ୍ଟେସନ ଜିଲ୍ଲା ସଦର ମହକୁମା, ଐତିହାସିକ ଓ ପର୍ଯ୍ୟଟନ ସ୍ଥଳ ମାନଙ୍କରେ ଅବସ୍ଥିତ I
ପ୍ରସ୍ତାବିତ ଷ୍ଟେସନ ଗୁଡିକ ମଧ୍ୟରେ ଖୋର୍ଦ୍ଧା ରୋଡ ରେଳମଣ୍ଡଳର ୧୩ଟି ଷ୍ଟେସନ ୱାଲଟିୟର ରେଳମଣ୍ଡଳର ୭ଟି ଷ୍ଟେସନ ଏବଂ ସମ୍ବଲପୁର ରେଳମଣ୍ଡଳର ୬ଟି ଷ୍ଟେସନ ଠାରେ ମନୁମେଣ୍ଟାଲ ଜାତୀୟ ପତାକା ସ୍ଥାପନ କରାଯିବ I