ଓଡିଶା

odisha

ETV Bharat / city

ନଦୀର ଜଳସ୍ତର ବଢିବ, କିନ୍ତୁ ବନ୍ୟା ହେବ ନାହିଁ: ମୁଖ୍ୟ ଯନ୍ତ୍ରୀ - ପାଣିପାଗ ଖବର

ଦକ୍ଷିଣ ପଶ୍ଚିମ ମୌସୁମୀ ଓ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ବର୍ଷା ଯୋଗୁ ନଦୀରେ ଜଳସ୍ତର ବୃଦ୍ଧି ହେବ। କିନ୍ତୁ ବନ୍ୟା ପରିସ୍ଥିତି ନାହିଁ ବୋଲି ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି । ଅଧିକ ପଢନ୍ତୁ...

ନଦୀର ଜଳସ୍ତର ବଢିବ, କିନ୍ତୁ ବନ୍ୟା ହେବ ନାହିଁ
ନଦୀର ଜଳସ୍ତର ବଢିବ, କିନ୍ତୁ ବନ୍ୟା ହେବ ନାହିଁ

By

Published : Jun 13, 2021, 4:23 PM IST

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମୀ ଓ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ମହାନଦୀର ଉପର ମୁଣ୍ଡରେ ଆସନ୍ତା 24 ଘଣ୍ଟାରେ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ବର୍ଷା ଯୋଗୁ ନଦୀରେ ଜଳସ୍ତର ବୃଦ୍ଧି ହେବ। କିନ୍ତୁ ବନ୍ୟା ପରିସ୍ଥିତି ନାହିଁ ।

ନଦୀର ଜଳସ୍ତର ବଢିବ, କିନ୍ତୁ ବନ୍ୟା ହେବ ନାହିଁ

ମହାନଦୀର ଉପର ମୁଣ୍ଡରେ 14 ଏମଏମ ବର୍ଷା ହୋଇଛି । ହୀରକୁଦରେ 600. 79 ଫୁଟ ଜଳ ସ୍ତର ରହିଛି । ପ୍ରତି ସେକେଣ୍ଡରେ 23 ଶହ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ 13 ହଜାର କ୍ୟୁସେକ ଜଳ ପାୱାର ଚ୍ୟାନେଲ ଦ୍ବାରା ନିଷ୍କାସିତ ହେଉଛି ।

ତଳ ମୁଣ୍ଡରେ 10 ଏମଏମ ବର୍ଷା ହୋଇଛି । ବାତ୍ୟା ୟସ ପାଇଁ 126ଟିରୁ 121 ଘାଇ ବର୍ତ୍ତମାନ ସୁଦ୍ଧା ମରାମତି ହୋଇସାରିଛି । କ୍ଷୁଦ୍ର ଜଳସେଚନ ବିଭାଗର 127 ରୁ 105 ଘାଇ ମରାମତି ସମ୍ପୂର୍ଣ୍ଣ ହୋଇଛି । ଆମ ଅଫିସରମାନେ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି ବୋଲି ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details