ଭୁବନେଶ୍ବର:ଲୁଟେରା ଲୁଟୁଥିଲେ ଗହଣା । ଲୁଟ ଗହଣାରେ ଲୋନ ଦେଉଥିଲା ଫାଇନାନ୍ସ ସଂସ୍ଥା । ବିନା କାଗଜ ଓ ବିନା ରିସିପ୍ଟରେ ଲୋନ ଦେଉଥିଲେ ଶାଖା ମୁଖ୍ୟ । ଏମିତି ଏକ କଳା କାରବାରର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ଏକ ସ୍ନାଚରଙ୍କୁ ଗିରଫ ପରେ ସୁନା ଖୋଜୁ ଖୋଜୁ ପୁରା କାରନାମା ଜଣାପଡିଛି । ଏହି ଘଟଣାରେ ଚନ୍ଦ୍ରଶେଖରପୁର ମଣପୁରମ୍ ଗୋଲ୍ଡ ଲୋନର ଶାଖା ମୁଖ୍ୟ ଆଶିଷ କୁମାର ଗୟା ସହ ଦୁଇ ସ୍ନାଚର ବିଭୁତି ପ୍ରଧାନ ଓ ଶୁଭ୍ରଜିତ ଦେବତା କାହ୍ନାକୁ ଗିରଫ କରିଛି ପୋଲିସ ।
ସୂଚନା ମୁତାବକ ଗତ ୨୫ ତାରିଖରେ ଝାରୁସୁଗୁଡ଼ାର କ୍ରିଷ୍ନାବେନ ଆଚାରି ଜୟଦେବ ବିହାରରୁ ମାଷ୍ଟରକ୍ୟାଣ୍ଟିନ ଅଭିମୁଖେ ଯାଉଥିଲେ । ଏହି ସମୟରେ ବିଭୁତି ଓ ଶୁଭ୍ରଜିତ ଏକ ବାଇକ ଯୋଗେ ଆସି ତାଙ୍କ ଭ୍ୟାନିଟକୁ ଆଇଜି ପାର୍କ ନିକଟରୁ ଝାମ୍ପି ନେଇଥିଲେ। ପରେ ଏହାକୁ ତଦନ୍ତ କରି ୨ ଲୁଟେରାକୁ ଗିରଫ କରିଥିଲା ଖାରବେଳ ନଗର ଥାନା ପୋଲିସ। ଲୁଟ ସୁନାକୁ ଖୋଜୁ ଖୋଜୁ ସେମାନେ ଚନ୍ଦ୍ରଶେଖରପୁରର ମଣପୁରମ ଗୋଲ୍ଡ ଲୋନରେ ବିକ୍ରି କରିଥିବା ଜଣାପଡ଼ିଥିଲା । ମଣପୁରମର ଶାଖା ମୁଖ୍ୟ ଆଶିଷ ଗୟା ତାଙ୍କୁ ୨୯ ଗ୍ରାମ ସୁନା ବଦଳରେ ୮୦ହଜାର ଟଙ୍କା ଦେଇଥିବା ଜାଣିବାକୁ ପାଇଥିଲେ ।