ଭୁବନେଶ୍ବର:ବିଜେପିର ପୂର୍ବତନ ସଂଗଠନ ମନ୍ତ୍ରୀ ମନ୍ମଥ ମଲ୍ଲିକଙ୍କ ସାମ୍ବାଦିକ ସମ୍ମିଳନୀ। ଗତ ଜୁନ୍ 14ରେ ଦଳରୁ ବହିଷ୍କାର ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ଦେଇଛନ୍ତି । ବିନା କାରଣରେ ମୋତେ ବହିଷ୍କାର କରାଯାଇଛି ବୋଲି କହିଛନ୍ତି ।
ଦୀର୍ଘ 26 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ମୁଁ ପାର୍ଟି ପାଇଁ କାମ କରୁଛି। ସଂଘର ବିବିଧ କ୍ଷେତ୍ରରେ ମୁଁ କାର୍ଯ୍ୟ କରୁଥିଲି। ରାଜନୀତି କରିବାକୁ ଆସି ନାହିଁ ସେବା କରିବାକୁ ଆସିଛି। ଦଳରୁ ବହିଷ୍କାର ନେଇ ମୋତେ ବ୍ୟକ୍ତିଗତ ଭାବେ କିଛି ଜଣାଇନାହାନ୍ତି। ଗଣମାଧ୍ୟମରୁ ଜାଣିବା ପରେ ଜୁନ୍ 22 ରେ ଏ ସଂପର୍କରେ ମୁଁ ସଭାପତିଙ୍କୁ ଚିଠି ଲେଖିଥିଲି। କାରଣ କଣ ମୋତେ ଜଣାଇ ନାହାନ୍ତି। ମୋର ଜାଣିବାରେ କୌଣସି ଭୁଲ୍ କରି ନାହିଁ।