ଭୁବନେଶ୍ବର:ମନୀଷ ଦାସ ମୃତ୍ୟୁକୁ ନେଇ ମିଳିଲା ବଡ ସୁରାକ । ମନୀଷକୁ ଇନଫୋସିଟିରୁ ନେଇଥିବା କାରର ମିଳିଛି ସନ୍ଧାନ । OD02X9696 କାର ଯୋଗେ ତମାଣ୍ଡୋର ହୋଟେଲ ସାଉଥସିଟି ହୋଟେଲକୁ ଯାଇଥିଲେ । ସେଠାରେ ତାଙ୍କର ଦୁଇ ସାଙ୍ଗ ସହ ଥିଲେ । ଜଣେ ସାଙ୍ଗକୁ ଅଟକ ରଖିଥିବାବେଳେ ଅନ୍ୟ ସାଙ୍ଗକୁ ଖୋଜୁଛି ପୋଲିସ। ସେପଟେ ମନୀଷ ମୃତ୍ୟୁ ରହସ୍ୟ ନେଇ ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟ ନେଇ ପ୍ରତିକ୍ରିୟା ଦେଇଛନ୍ତି ଡକ୍ଟର ପ୍ରଭାତ ରଂଜନ ତ୍ରିପାଠୀ।
ମନୀଷ ଦାସଙ୍କ ପୋଷ୍ଟ ମର୍ଟମ ରିପୋର୍ଟରେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି । ଏହାସହ ମୃତଦେହରେ କୌଣସି ଦାଗ ଚିହ୍ନ ନଥିବାବେଳେ କେମିତି ଶ୍ବାସରୁଦ୍ଧ ହେଲା । କଣ ପାଣିରେ ବୁଡି ଶ୍ବାସରୁଦ୍ଧ ହୋଇଛି ନା ଆଉ କିଛି କାରଣ। ଏନେଇ ଅଫିସିଆଲ ସୂଚନା ମିଳିନଥିଲେ ମଧ୍ୟ ଏହା ଏକ ବଡ ସୁରାକ ମନୀଷ ମୃତ୍ୟୁ ଘଟଣାର । ଯାହା ଘଟଣାର ମୋଡକୁ ବଦଳାଇଛି। ତେବେ ପ୍ରଶ୍ନ ଉଠୁଛି ଶ୍ବାସରୁଦ୍ଧର କାରଣ କଣ ହୋଇପାରେ ଏନେଇ କାରଣ ଖୋଜୁଛି ପୋଲିସ। ସେପଟେ ଡାଏଟମ ଓ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ।