ଭୁବନେଶ୍ବର: ମନୀଷ ମୃତ୍ୟୁକୁ ନେଇ ଧୀରେ ଧୀରେ ସମୟ ଗଡୁଥିବାବେଳେ ମୃତ୍ୟୁକୁ ନେଇ ସସପେନ୍ସ ବଢୁଛି । ମୃତ୍ୟୁ ପୂର୍ବରୁ ମନୀଷ ହୋଟେଲରୁ ବାହାରୁଥିବାର ଦୃଶ୍ୟ ସିସିଟିଭିରେ ସାମ୍ନାକୁ ଆସୁଥିବାବେଳେ ଏବେ ସାମ୍ନାକୁ ଆସିଛି ଏକ ଯୁବତୀର ଚରିତ୍ର ।
ମନିଷ ଦାସ ମୃତ୍ୟୁ ମାମଲା; ସମୟ ଗଡୁଛି ସସପେନସ ବଢୁଛି, ସାମ୍ନାକୁ ଆସୁଛି ନୁଆ ନୁଆ ଚରିତ୍ର ମନୀଷ ଦାସ ମୃତ୍ୟୁ ମାମଲରା ପୋଲିସର ତଦନ୍ତରେ ଆଣିଛି ନୂଆ ଟ୍ବିଷ୍ଟ । ମୃତ୍ୟୁର ପୂର୍ବ ଦିନ ଭୋଜି ଖାଇବାକୁ ଡାକି ଇନଫୋସିଟିରୁ ସାଙ୍ଗମାନଙ୍କ ସହ ଆସି ତମାଣ୍ଡୋରେ ଥିବା ହୋଟେଲ ସାଉଥସିଟିକୁ ଆସିଥିଲେ ମନୀଷ । ହୋଟେଲରେ ଦୁଇ ସାଙ୍ଗଙ୍କ ସହ ଆସିଥିବା କାର ପୋଲିସ ଜବତ ହୋଇଛି । ଜଣେ ସାଙ୍ଗକୁ ଅଟକ ରଖି ପଚର ଉଚରା ବେଳେ ସାମ୍ନାକୁ ଆସିଥିଲା କନ୍ଧମାଳରୁ ଆତ୍ମସମର୍ପଣ କରିଥିବା ଦୁଇ ଯୁବକଙ୍କ ଲିଙ୍କ । ସେଦିନ ରାତିରେ ହୋଟେଲରେ ସାଙ୍ଗଙ୍କ ସହ ପହଞ୍ଚିବା ପରେ ଦୁଇ ଯୁବକ ମୃତ୍ୟୁଞ୍ଜୟ ମିଶ୍ର ଓ ଦିନେଶ ମହାପାତ୍ର ସହ ହୋଟେଲରେ ଚାଲିଥିଲା ପାର୍ଟି । ଆଉ ପାର୍ଟି ସରିବା ପରେ ପହଞ୍ଚିଥିଲେ ଆଉ ଜଣେ ଯୁବକ ଓ ଯୁବତୀ।
ମନୀଷ ହୋଟେଲରୁ ବାହାରୁଥିବାବେଳେ ସାମ୍ନାରେ ସେହି ଯୁବତୀ ଚାଲି ଚାଲି ଯାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ତେବେ ସେହି ଦୁହିଁଙ୍କ ମଧ୍ୟରୁ ହିମାଂଶୁ ଵେହେରାକୁ ମଧ୍ୟ ଅଟକ ରଖି ପଚରା ବେଳେ ସେହି ଯୁବତୀ କିଏ ଓ ସେ ସେଠାରେ କଣ କରୁଥିଲେ ସେଥିରୁ ସାମ୍ନାକୁ ଆସିଛି ଆଉ ଏକ ଯୁବକ ଲିଙ୍କ । ଏହି ଘଟଣାରେ ଆଜି ଆତ୍ମସମର୍ପଣ କରିଥିବା ଦୁଇ ଯୁବକଙ୍କ ସହ ଦିନେଶ ବେହେରା ଓ ମନୀଷଙ୍କର ଜଣେ ସାଙ୍ଗକୁ ମିଶାଇ ଆଉ ଜଣେ ଯୁବକ ଓ ଯୁବତୀଙ୍କ ଭୂମିକା ନେଇ ତଦନ୍ତ ଚଳାଇଛି ପୋଲିସ ।
ଯାହାକି ଅନେକ ରହସ୍ୟ ସେହି ହୋଟେଲର ଲୁଚି ଥିବାବେଳେ କିଭଳି ରାତି ୩ଟା ୨୯ରେ ହଟା କଟା ହୋଇ ବାହାରିଥିବା ମନୀଷ କିପରି ପରଦିନ ପାଞ୍ଚ ଶହ ମିଟର ଦୂରରେ ଥିବା ପୋଖରୀରୁ ମିଳିଲେ ସେ ନେଇ ସନ୍ଦେହ ଘନୀଭୂତ ହୋଇଛି। ଏବେବି ସେହି ଯୁବତୀ ଯେକି ହୋଟେଲରୁ ବାହାରୁଥିଲେ ତାକୁ ମିଶାଇ ଆଉ ୫ ଜଣଙ୍କ ଭୂମିକା ନେଇ ପୋଲିସ ସନ୍ଦେହ ଘେରକୁ ନେଇ ତଦନ୍ତ ଚଳାଇଛି । ଯାହାକି ପୋଷ୍ଟମର୍ଟମ ରିପୋର୍ଟ ସହ ଡାଏଟମ ରିପୋର୍ଟ ଓ ଭିସେରା ରିପୋର୍ଟ ପରେ ପୂରା ଘଟଣା ସାମ୍ନାକୁ ଆସିବ ବୋଲି ଜଣାପଡିଛି।
ଭୁବନେଶ୍ବରୁର ତାପସ ପରିଡା, ଇଟିଭି ଭାରତ