ଭୁବନେଶ୍ବର: ରାଜଧାନୀ ପାତ୍ରପଡ଼ା ନମ୍ରକାନି ମନ୍ଦିର ନିକଟସ୍ଥ ପୋଖରୀରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷଙ୍କ ମୃତଦେହ ଭାସିବା ଘଟଣା । ମିଳିଲା ମୃତ୍ୟୁ ପୁର୍ବରୁ ରହିଥିବା ହୋଟେଲରେ ସୁରାକ । ତମାଣ୍ଡୋ ଥାନା ଅଞ୍ଚଳରୁ ହୋଟେଲ ସାଉଥ୍ ସିଟିଂରେ ମୃତ୍ୟୁ ପୂର୍ବରୁ ରହିଥିଲେ ମନିଷ । ପୋଲିସ ଏହି ହୋଟେଲକୁ ସିଲ କରିଥିବାବେଳେ ସେପଟେ ସାଙ୍ଗମାନେ ପୁଅକୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ବାପା ତଥା ବରିଷ୍ଠ ସାମ୍ବାଦିକ ନବୀନ ଦାସ ।
ସାଉଥ ସିଟିରେ ଲୁଚିଛି ମନିଷଙ୍କ ମୃତ୍ୟୁ ରହସ୍ୟ: ସିଲ ହେଲା ହୋଟେଲ ହୋଟେଲର ସୁରାକ ପାଇବା ପରେ ତମାଣ୍ଡୋ ଥାନା ଅଞ୍ଚଳର ଥିବା ହୋଟେଲ ସାଉଥ ସିଟି ହୋଇଛି ସିଲ । ଯେଉଁଠି ମୃତଦେହ ମିଳିବା ପୂର୍ବରୁ ସେଠାରେ ଥିଲେ ମନିଷ । ତେବେ ହୋଟେଲରେ ତଦନ୍ତ କରି ସିଲ କରିଛି ପୋଲିସ । ହାର୍ଡ ଡିସ୍କ ଓ ଆପତ୍ତିଜନକ ସାମଗ୍ରୀ ପୋଲିସ ଜବତ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବାରୁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । କାରଣ ଜାଣିବାକୁ ଡାଏଟମ ଓ ଭିସେରା ଟେଷ୍ଟ ପାଇ ପଠାଯିବ ବୋଲି କହିଛନ୍ତି ଡିସିପି ।
ମନୀଷ ଦାସ ମୃତ୍ୟୁ ଘଟଣା: ମିଳିଲା ମୃତ୍ୟୁ ପୂର୍ବରୁ ରହିଥିବା ହୋଟେଲର ସୁରାକ ସେପଟେ ମନିଷଙ୍କ ବାପା କହିଛନ୍ତି ଯେ ତାଙ୍କୁ ହତ୍ୟା କରାଯାଇଛି । ଭୋଜି କରିବାକୁ ଡାକି ସାଙ୍ଗମାନେ ହତ୍ୟା କରିଛନ୍ତି । ଗୋଟିଏ ପଟେ ଅପହରଣ ଅଭିଯୋଗ ଥିବା ବେଳେ ଏବେ ଆସିଛି ହତ୍ୟାର ଅଭିଯୋଗ । ସେପଟେ ମୃତଦେହରେ କୌଣସି ବାହ୍ୟ ଦାଗ ବା ଆଘାତର ଚିହ୍ନ ନାହିଁ । କିପରି ମନିଷଙ୍କ ମୃତ୍ୟୁ ହୋଇଛି ତାହାକୁ ଏବେ ଉଠିଛି ବଡ଼ ପ୍ରଶ୍ନ । ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଛି ନା କୌଣସି ବିଷ କ୍ରିୟା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ? ଯଦି ମୃତ୍ୟୁ ହୋଇଛି ତେବେ ହୋଟେଲରେ ରାତି ୧୧ଟାରୁ ୨ଟା ପର୍ଯ୍ୟନ୍ତ ଥିବା ଦେଖାଯାଇଥିବା ହୋଟେଲ କର୍ମଚାରୀ କହୁଥିବା ବେଳେ ଏଵେ ହୋଟେଲରେ ହିଁ ଲୁଚି ରହିଛି ମୃତ୍ୟୁର ରହସ୍ୟ । ଯାହାକୁ ଖୋଜିବାକୁ ଏବେ ହୋଟେଲକୁ ଟାର୍ଗେଟ କରିଛି ପୋଲିସ । ଯେଉଁମାନେ ମନିଷଙ୍କ ସହ ଥିଲେ ଅର୍ଥାତ ହୋଟେଲର ସିସିଟିଭି ଭିଜୁଆଲ ଆଧାରରେ ଫେରାର ଥିବା ଲୋକଙ୍କୁ ଖୋଜୁଛି ପୋଲିସ ।
ଡାଏଟମ ଟେଷ୍ଟ ଆସିବା ପରେ ସ୍ପଷ୍ଟ ହେବ ଯେ ତାଙ୍କର ପାଣିରେ ବୁଡି ମୃତ୍ୟୁ ଘଟିଛି କି ନାହିଁ। ଅନ୍ୟପଟେ ଭିସେରା ଟେଷ୍ଟ ମାଧ୍ୟମରେ ପେଟରେ ଥିବା ଖାଦ୍ୟ ବା ବିଷ କ୍ରିୟା ଜନିତ ଟେଷ୍ଟ ହୁଏ । ଅର୍ଥାତ୍ ଖାଇଥିବା ବା ପିଇଥିବା ଜିନିଷରୁ ତାଙ୍କର ମୃତ୍ୟୁ ଘଟିଛି କି ନାହିଁ ତାହା ଭିସେରା ଟେଷ୍ଟରୁ ଜଣାପଡ଼ିବ । ଅନ୍ୟପଟେ ମନିଷ ହୋଟେଲରେ ରହିଥିବା ଓ ମୃତଦେହ ମିଳିଥିବା ସ୍ଥାନ ମଧ୍ୟରେ ବ୍ୟବଧାନ ମାତ୍ର ୫୦୦ମିଟର ରହିଛି । ଅର୍ଥାତ୍ ହୋଟେଲ ରୁମରେ ଲୁଚିଛି ମୃତ୍ୟୁର ରହସ୍ୟ । ସେପଟେ ସାଙ୍ଗମାନଙ୍କ ଉପରେ ସନ୍ଦେହ ବଢ଼ୁଛି । ମୃତ୍ୟୁ ପୂର୍ବରୁ କିଏ କିଏ କଲ କରିଥିଲେ ? ମୃତ୍ୟୁ ପୂର୍ବ ଦିନ କିଏ କିଏ ଯୋଗାଯୋଗରେ ଥିଲେ ? ଏଭଳି ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଚଳାଇଛି ।
ପୋଲିସକୁ ମିଳିଥିବା ସୂଚନାନୁସାରେ, କିଛି ଯୁବକଙ୍କ ସହ ରାତି ୪ଟାରେ ହୋଟେଲରେ ଚେକ-ଇନ ହୋଇଥିଲେ ମନିଷ । ଯାହାକୁ ଆଧାର କରି କମିଶନରେଟ ପୋଲିସର ଏକ ଟିମ୍ ହୋଟେଲରେ ଛାନଭିନ ଆରମ୍ଭ କରିଥିଲା । ଏହି ହୋଟେଲଠାରୁ ମୃତଦେହ ମିଳିବା ସ୍ଥାନ ମାତ୍ର ୧କିମି ବୋଲି ଜଣାପଡ଼ିଛି । ତେବେ ପୋଲିସ ସନ୍ଦେହ କରୁଛି ଯେ ହୋଟେଲରେ କିଛି ଘଟଣା ଘଟିଛି ଯାହାଦ୍ବାରା ୧ କିମି ଦୂର ଏକ ପୋଖରୀରୁ ମନୀଷଙ୍କ ମୃତଦେହ ମିଳିଛି । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ବର୍ତ୍ତମାନ ବ୍ୟବଚ୍ଛେଦ ରିପୋର୍ଟ ଅପେକ୍ଷା ରହିଛି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।
ତେବେ ସୂଚନା ଥାଉ କି ଗତ ଶନିବାର ସନ୍ଧ୍ୟାରେ ମନିଷ କିଛି ଯୁବକଙ୍କ ସହ କାର ଯୋଗେ କେଉଁଆଡ଼େ ଯାଉଥିବା ନେଇ ତାଙ୍କ ବାପା ନବୀନ ଦାସ ସୂଚନା ଦେଇଥିଲେ । ଏହାପରେ ଗତକାଲି(ରବିବାର) ପୁଅ ନିଖୋଜ ହେବା ନେଇ ଇନ୍ଫୋସିଟି ଥାନାରେ ଅପହରଣ ଅଭିଯୋଗ ହୋଇଥିବାବେଳେ ଦିନ ପ୍ରାୟ ୧.୩୦ ମିନିଟ୍ ବେଳକୁ ତାଙ୍କର ମୃତଦେହ ପାତ୍ରପଡ଼ା ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ଏହାପରେ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ