ଭୁବନେଶ୍ବର: ମନୀଷ ହତ୍ୟାକାଣ୍ଡ ଘଟଣାରେ ଅନେକ ତଥ୍ୟ ଲୁଚାଇ ଦିଆଯାଇଛି । ଧସ୍ତାଧସ୍ତିରେ ମନୀଷଙ୍କ ମୃତ୍ୟ ନେଇ ଡିସିପିଙ୍କ ପ୍ରତିକ୍ରିୟାକୁ ଭଗବାନ ବିଶ୍ବାସ କରିବେ ନାହିଁ । ଏ ପୋଲିସ ଉପରେ ବିଶ୍ବାସ ହେଉନାହିଁ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ମନୀଷଙ୍କ ବାପା ତଥା ବରିଷ୍ଠ ସାମ୍ବାଦିକ ନବୀନ ଦାସ । ଏନେଇ ସରକାରଙ୍କ ଉପରେ ବର୍ଷିବା ପରେ, ପୋଲିସ ପାଇଁ (ରାଜ୍ଯ ସରକାରଙ୍କୁ) ଆସନ୍ତା ୨୦୨୪ ଇଲେକ୍ସନ ମହଙ୍ଗା ପଡିପାରେ ବୋଲି କହିଛନ୍ତି ନବୀନ ଦାସ ।
ମନୀଷଙ୍କର ମୃତ୍ୟ ଘଟଣାରେ ପୋଲିସର ତଥ୍ୟକୁ ନେଇ ବାପା ନବୀନ ଦାସ ସନ୍ତୁଷ୍ଟ ନଥିବା ବେଳେ ଡିସିପିଙ୍କ ପ୍ରତିକ୍ରିୟା ଉପରେ ବିଶ୍ବାସ ନ ହେଉଥିବା କହିବା କେଉଁ ଦିଗକୁ କରୁଛି ଇଙ୍ଗିତ ? ସେପଟେ ଗିରଫ ତିନି ଅଭିଯୁକ୍ତ ମୃତ୍ୟଞ୍ଜୟ ମିଶ୍ର, ଦିନେଶ ମହାପାତ୍ର ଓ ଅମ୍ରିତ ବିଶ୍ବାଳକୁ ୪ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଝାରପଡା ଜେଲରୁ ଆଣି ପୋଲିସ ହେପାଜତରେ ଜେରା ଆରମ୍ଭ କରିଛି । ଯେହେତୁ ପୋଲିସ ଘଟଣାକୁ ଟ୍ରାକ କରିବା ଓ ତରବରିଆ ଭାବେ କୋର୍ଟ ଚାଲାଣ କରିଛି ହତ୍ୟାକାଣ୍ଡର ପୁରା ରହସ୍ୟ ଏଯାଏଁ ଖୋଲିପାରିନି । ଏନେଇ ପ୍ରମାଣ ଯୋଗାଡ କରିବାକୁ ରିମାଣ୍ଡରେ ନେଇ ପଚରାଉଚରା ଆରମ୍ଭ କରିଛି ପୋଲିସ । ଏପରିକି ମନୀଷଙ୍କ ମୋବାଇଲ କୁଆଡେ ଗଲା ସେ ନେଇ ପ୍ରମାଣ ଯୋଗାଡ ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି ।