ଭୁବନେଶ୍ବର:ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡରେ ଆଉ ଏକ ଗୁମର ଖୋଲିଛି । ହତ୍ୟା ପୁର୍ବରୁ ମାନସ ନଜ ପରିବାର ପାଇଁ ଲେଖିଥିଲେ ଏକ ଚିଠି । ଆଶ୍ରମରେ କାମ କରୁଥିବା ଜଣେ ସହାୟିକା ଏହି ଚିଠି ପାଇଥିଲେ । ଏହି ଚିଠି ପଢ଼ିବା ପରେ ଚିଠିଟିକୁ ଶର୍ମିଷ୍ଠା ନେଇଯାଇଥିଲେ । ଚିଠିରେ ଶର୍ମିଷ୍ଠାଙ୍କ କଳାକାରନାମା ବିଷୟରେ ଲେଖିଥିଲେ ମାନସ ।
ଶର୍ମିଷ୍ଠା କିଭଳି ରକ୍ତମୁଖା ହୋଇଛି । ତା ସହିତ କିଭଳି ମାନସଙ୍କୁ ଅପହରଣ କରି ଘରେ ବନ୍ଦ କରି ରଖିଛି । କାହାରିକୁ ଯୋଗାଯୋଗ କରିବାକୁ ଦିଆଯାଉନାହିଁ । ଅକଥନୀୟ ଅତ୍ୟାଚାର ଓ ନିର୍ଯାତନା ଦେଇ ଚାଲିଥିଲେ ଶର୍ମିଷ୍ଠା । ଏପରିକି ନିର୍ଯାତନାରେ ତାଙ୍କୁ ହତ୍ୟା ମଧ୍ୟ କରାଯାଇପାରେ ବୋଲି ମାନସ ଆଶଙ୍କା କରିଥିଲେ । ଏହି ସମସ୍ତ ତଥ୍ୟ ଚିଠିରେ ଉଲ୍ଲେଖ ଥିଲା ।
ଚିଠିରେ ନିଜ ନାମ ସମେତ ବାପାଙ୍କ ନାମ, ଗାଁର ନାମ ଲେଖିବା ସହ ମୋବାଇଲ ନମ୍ବର ଲେଖିଥିଲେ ମାନସ । ଏହାସହ ଶର୍ମିଷ୍ଠାର କିଛି କଳା କାରନାମା ସହ ଏହି ଘଟଣାରେ ସାମିଲ ଥିବା ଅଭିଯୁକ୍ତ ନାମ ଚିଠିରେ ଲେଖାଥିଲା । କିପରି ମେମୋରୀ ଚିପକୁ ନେଇ ମାନସକୁ ନିର୍ଯାତନା ଦେଇଛନ୍ତି ସେ ସବୁର ଗୁମର ଲେଖିଥିଲେ । ମାନସକୁ ହତ୍ୟା କରି ସେଠାରୁ ନେବା ପରେ ସେହି ରୁମ୍ରେ ସେହି ଚିଠି ପାଇଥିଲେ ଆଶ୍ରମର ସହାୟିକା । ଚିଠିକୁ ନେଇ ଭୟଭୀତ ସହାୟିକା ଜଣକ ଶର୍ମିଷ୍ଠାଙ୍କୁ ସବୁ କଥା ଜଣାଇଥିଲେ ।