ଭୁବନେଶ୍ବର: କୋଭିଡ ଟିକା ନେଲେ ରାଜ୍ୟ ସରକାରଙ୍କର ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । କୋଭିଡ ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଛନ୍ତି ମାନସ । ଟିକା ନେବା ପରେ ସୁସ୍ଥ ଅଛନ୍ତି ବିଜେଡିର ସାଧାରଣ ସମ୍ପାଦକ ମାନସ । ତାଙ୍କ ଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇ ନଥିବା ସୂଚନା ମିଳିଛି ।
ଟିକା ନେବାର କିଛି ସମୟ ଡାକ୍ତରଙ୍କ ତତ୍ତ୍ବବଧାନରେ ରହି ଫେରିଥିଲେ । ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବା ଲାଗି ଆହ୍ୱାନ ଜଣାଇଛନ୍ତି ବିଜେଡିର ଏହି ହେଭିୱେଟ ନେତା । ଟିକା ନେବା ଲାଗି ଟ୍ୱିଟ କରି ଅନୁରୋଧ କରିଛନ୍ତି ମାନସ । ଗତବର୍ଷ କୋରୋନାରେ ଆକ୍ରାନ୍ତ ହୋଇଥିଲେ ମାନସ । କୋରୋନା ଆକ୍ରାନ୍ତ ହେବା ପରେ ପ୍ରଥମେ ସେଲ୍ଫ ଆଇସୋଲେସନରେ ରହିଥିଲେ । ତେବେ ସ୍ୱାସ୍ଥ୍ୟ ଅବସ୍ଥା ଟିକେ ଜଟିଳ ହେବାରୁ ତାଙ୍କୁ ଏକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସୁସ୍ଥ ହୋଇ ସାଧାରଣ ଜୀବନକୁ ଫେରିଥିଲେ ମାନସ । କୋରୋନାରେ ଆକ୍ରାନ୍ତ ହୋଇ ଜୀବନ ହରାଇଥିବା କୋଭିଡ ଯୋଦ୍ଧା ସାମ୍ବାଦିକଙ୍କ ଲାଗି ପରିବାର ବର୍ଗଙ୍କ ଲାଗି ସେ ଅନେକ ପଦକ୍ଷେପ ନେଇଛନ୍ତି ।