ଓଡିଶା

odisha

ETV Bharat / city

ନୂଆ ଜୀବନ ପାଇଲା ବୁଲା କୁକୁର; ପଶୁ ପ୍ରେମ ଆଗରେ ହାରମାନିଲା ଲକଡାଉନ - lock down dog life safe

ନୂଆ ଜୀବନ ପାଇଲା ବୁଲା କୁକୁର । ଫୁଙ୍ଗୁଳା ଡ୍ରେନରେ ପଡି ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବୁଲା କୁକୁର । ମୃତ୍ୟୁକୁ ଜୟ କରିବାର କୁକୁରର ବିଶ୍ୱାସରେ ପ୍ରାଣ ଭରିଛନ୍ତି କୁଶଲ ବିଶ୍ୱାସ । ଅଧିକ ପଢନ୍ତୁ...

ନୂଆ ଜୀବନ ପାଇଲା ବୁଲା କୁକୁର; ପଶୁ ପ୍ରେମ ଆଗରେ ହାର ମାନିଲା ଲକଡାଉନ
ନୂଆ ଜୀବନ ପାଇଲା ବୁଲା କୁକୁର; ପଶୁ ପ୍ରେମ ଆଗରେ ହାର ମାନିଲା ଲକଡାଉନ

By

Published : May 16, 2021, 6:28 AM IST

ଭୁବନେଶ୍ବର: ରାଜଧାନୀ ଛାତିରେ ବିଛେଇ ହୋଇ ରହିଛି ଅନେକ ଡ୍ରେନ । କେଉଁଠି ସ୍ୱରେଜ କାମ ଚାଲିଥିବାରୁ ମୁକୁଳା ପଡିଛି ମ୍ୟାନ ହୋଲ । ତ ଆଉ କେଉଁଠି ବିଏମସିର ଅବହେଳାରୁ ଫୁଙ୍ଗୁଳା ପଡିଛି ଡ୍ରେନ । ଆଇଜି ପାର୍କ ନିକଟ ଡ୍ରେନରେ ଦୁର୍ଭାଗ୍ୟକୁ ଗତକାଲି ଗଳି ପଡିଥିଲା ଗୋଟେ ବୁଲା କୁକୁର । ଡ୍ରେନଟି ଗଭୀର ଥିବାରୁ ସେଠାରୁ ବାହାରିପାରିନଥିଲା କୁକୁରଟି ।

ନୂଆ ଜୀବନ ପାଇଲା ବୁଲା କୁକୁର; ପଶୁ ପ୍ରେମ ଆଗରେ ହାର ମାନିଲା ଲକଡାଉନ



ଅପରିତ୍ୟକ୍ତ ଅଞ୍ଚଳରେ ଡ୍ରେନ ଥିବାରୁ ସାଧାରଣ ଲୋକଙ୍କର ନଜର ବି ଯାଇନି । ନିଜକୁ ମୁକୁଳାଇବା ଲାଗି ଆପ୍ରାଣେ ଉଦ୍ୟମ କରିଥିଲା କୁକୁର । ହେଲେ ତାର ସବୁ ଉଦ୍ୟମ ଯେମିତି ଫେଲ ମାରିଥିଲା । ଅନେକ ସମୟ ପରେ ସୌଭାଗ୍ୟକୁ ସେହି ବାଟ ଦେଇ ଯାଉଥିବା ବ୍ୟକ୍ତିଙ୍କ କାନରେ ବାଜିଥିଲା କୁକୁରର ବୋବାଳି । କୁକୁରର ଏପରି ଅବସ୍ଥା ଦେଖି ସ୍ପିକ ଫର ଆନିମଲ ସହ ଯୋଗାଯୋଗ କରିଥିଲେ ଉକ୍ତ ବ୍ୟକ୍ତି ଜଣଙ୍କ ।



କୋରୋନା ପାଇଁ ସହରରେ ଲାଗିଛି କଟକଣା । ହେଲେ କଲ ପାଇବାର କିଛି ସମୟ ପରେ ଘଟଣାସ୍ଥଳରେ ପହଁଚିଥିଲେ ସ୍ପିକ ଫିର ଆନିମଲ ଅଧ୍ୟକ୍ଷ କୁଶଲ ବିଶ୍ୱାସ । ପ୍ରାୟ ଅଧଘଣ୍ଟାର ପରିଶ୍ରମ ପରେ ଉଦ୍ଧାର ହୋଇଥିଲା କୁକୁର । ଦୀର୍ଘ ସମୟ ଡ୍ରେନ ପାଣିରେ ପଡ଼ିଥିବାରୁ କୁକୁର ଶରୀର ନିସ୍ତେଜ ହୋଇଯାଇଥିଲା । ଉଦ୍ଧାର ପରେ କୁକୁର ପାଇଛି ନୂଆ ଜୀବନ । କୁକୁରର ପ୍ରାଥମିକ ଚିକିତ୍ସା କରାଇବା ପରେ ଖାଇବା ଦେଇ ଛାଡିଦେଇଥିଲେ କୁଶଲ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details