ଭୁବନେଶ୍ବର:ହଜିଯାଇଥିବା ATM ରାସ୍ତାରୁ ପାଇଲେ । ଲୋଭର ବଶବର୍ତ୍ତୀ ହୋଇ ଟଙ୍କା ବି ଉଠେଇଲେ । ହେଲେ ପରେ ବିବେକ ବାଧା ଦେବାରୁ ଉଠାଇଥିବା ୨୪ ହଜାର ଟଙ୍କା ଓ ATM ଲକ୍ଷ୍ମୀସାଗର ଥାନାରେ ଫେରାଇଲେ । ଏଭଳି ଏକ ଘଟଣା ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ।
ବିବେକ ଦେଲା ବାଧା, ପଇସା ଉଠାଇବା ପରେ ATM ଫେରାଇଲେ ଯୁବକ - bhubaneswar crime news
ATM କାର୍ଡ ରାସ୍ତାରୁ ପାଇ ଟଙ୍କା ଉଠାଇବା ପରେ ଚୋରି ଟଙ୍କା ଫେରାଇଲେ ସହୃଦୟ ବ୍ୟକ୍ତି । ଏଭଳି ଘଟଣା ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ବିବେକ ଦେଲା ବାଧା, ମାନବିକତା ଦେଖାଇ ଚୋରି ଟଙ୍କା ଫେରାଇଲେ ଚୋର
ବିବେକ ଦେଲା ବାଧା, ପଇସା ଉଠାଇବା ପରେ ATM ଫେରାଇଲେ ଯୁବକ
ଗତ ସୋମବାର ବିଜେବି ନଗରର ଏକ ପାର୍କ ପାଖରେ ଏଟିଏମ କାର୍ଡଟି ପଡି଼ଥିବା ଦେଖିବାକୁ ପାଇଥିଲେ ଦୁର୍ଗା ଚରଣ ଦାସ । କାର୍ଡ ପାଇବା କ୍ଷଣି ନିକଟସ୍ଥ କାଉଣ୍ଟରକୁ ଯାଇ ୨୪ ହଜାର ଟଙ୍କା ଉଠାଇଥିଲେ । ପରେ ନିଜର ବିବେକ ବାଧା ଦେବାରୁ ଏଟିଏମ କାର୍ଡ଼ ଓ ଟଙ୍କା ନେଇ ଥାନାରେ ଦାଖଲ କରିଥିଲେ ଦୁର୍ଗା । ପରେ ପୋଲିସ ସହାୟତାରେ କାର୍ଡଟିକୁ ତାର ପ୍ରକୃତ ମାଲିକଙ୍କୁ ଫେରାଇଥିଲା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Dec 25, 2021, 5:03 PM IST