ଓଡିଶା

odisha

ETV Bharat / city

ବାଣଫୁଟାକୁ ନେଇ ରାଜଧାନୀରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ - ରାଜଧାନୀରେ ନିର୍ମମ ହତ୍ୟାକାଣ୍ଡ

ରାଜଧାନୀରେ ଘଟିଛି ନିର୍ମମ ହତ୍ୟାକାଣ୍ଡ । ବାଣ ଫୁଟାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସୂଚନା । ହତ୍ୟାକାରୀକୁ ଧରିବା ପୋଲିସ ପାଇଁ ହୋଇଛି ବଡ ଚ୍ୟାଲେଞ୍ଜ । ଅଧିକ ପଢ଼ନ୍ତୁ...

ଫାଇଲ ଫଟୋ

By

Published : Oct 28, 2019, 8:55 AM IST

Updated : Oct 28, 2019, 4:59 PM IST

ଭୁବନେଶ୍ବର: ରାଜଧାନୀରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଗଳାକାଟିବା ସହ ଗୋଡାଇ ଗୋଡାଇ ହାଣି ଅତି ନିର୍ମମ ଭାବେ କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଏୟାରଫିଲ୍ଡ ଥାନା ସୁନ୍ଦରପଦା ଏକାମ୍ର କଲେଜ କଡରେ ଘଟିଛି ଘଟଣା । ଏନେଇ ତଦନ୍ତ ଜାରି ରହିଥିବା ଡିସିପି ଅନୁପ ସାହୁ ପ୍ରକାଶ କରିଛନ୍ତି ।

ରାଜଧାନୀରେ ଯୁବକଙ୍କୁ ନିର୍ମମ ହତ୍ୟା

ମୃତ ବ୍ୟକ୍ତି ଅମରେଶ ନାୟକ ବୋଲି ଜଣାପଡିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି । ବାଣ ଫୁଟାକୁ ନେଇ ବିବାଦ ପରେ ହତ୍ୟା କରାଯାଇଥିବା ସୂଚନା ମିଳିଛି। ତେବେ ସୋମବାର ସକାଳୁ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ଜଣେ ରାଜନେତାଙ୍କୁ ଅଟକ ରଖିଥିଲା ପୋଲିସ । କିନ୍ତୁ ଥାନାରେ ଅଭିଯୁକ୍ତଙ୍କ ସମର୍ଥକ ଘେରାଉ କରିବା ପରେ ପୋଲିସ ତାଙ୍କୁ ଛାଡି ଦେଇଛି । ଏଭଳି ସ୍ଥିତିରେ ହତ୍ୟାକାରୀ କିପରି ଗିରଫ ହେବ ତାହା ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ରାଜଧାନୀରେ ଯୁବକଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 28, 2019, 4:59 PM IST

ABOUT THE AUTHOR

...view details