ଭୁବନେଶ୍ବର: ମହଙ୍ଗା ପଡିଲା ସମଲିଙ୍ଗି ସମ୍ପର୍କ ନିଶା । ଅନଲାଇନରେ ସମଲିଙ୍ଗି ସେକ୍ସ ଲୋଭ ଦେଖାଇ ଲୁଟେରାଙ୍କ ଟ୍ରାପ । ଗ୍ରିଣ୍ଡର ଗେ ମୋବାଇଲ ଆପ ଖୋଲି ଟ୍ରାପ ପରେ ଲୁଟି ନେଲେ ଲକ୍ଷେ ଟଙ୍କା । ଜଣେ ଫାର୍ମାସିଷ୍ଟ ଅଭିଯୋଗ ଆଧାରରେ ଏକ ଗ୍ୟାଙ୍ଗକୁ ଧରିଲା କମିଶନରେଟ ପୋଲିସ ।
ସମଲିଙ୍ଗି ସେକ୍ସ ପାଇଁ ଅନଲାଇନରେ ଟ୍ରାପ, ଗ୍ୟାଙ୍ଗର ଖୁଲାସା କଲା କମିଶନରେଟ ପୋଲିସ କେମିତି କରାଯାଏ ଟ୍ରାପ ?
ସମଲିଙ୍ଗି ସମ୍ପର୍କ ପାଇଁ ଠକ ଗ୍ୟାଙ୍ଗ ଏକ ଅନଲାଇନରେ ଗ୍ରୀଣ୍ତର ଗେ ଆପ (Grinder-Gay Chat ) ଖୋଲି ଠକାମିର ଜାଲ ବିଛାଇଛନ୍ତି ।ଅର୍ଥାତ କେହି ଆପରେ ଅନ୍ୟ ଜଣେ ସମଲିଙ୍ଗି ସହ ସମ୍ପର୍କ ରଖିବା ପାଇଁ ଅନ୍ୟର ସହମତି ପାଇଁ ଏଥିରେ ଚାର୍ଟ କରୁଥିଲେ । କେଉଁଠିକୁ ଡେଟରେ ଯିବେ କେଉଁଠି ସମୟ ବିତାଇବେ ଆଉ କେଉଁଠି ନିଜର ସାଥି ସହ ସମ୍ପର୍କ ରଖିବେ ? ସେନେଇ ଦେଖାଚାହାଁ ପାଇଁ ଏହି ଆପ ଜରିଆରେ ମିଟି ଫିକ୍ସ କରୁଥିଲେ । ପରେ ଆପର କଣ୍ଟାକ୍ଟ ଜରିଆରେ ନିର୍ଦ୍ଦିଷ୍ଟ ସ୍ଥାନକୁ ଡକାଉ ଥିଲେ । ନିର୍ଦ୍ଧାରିତ ସ୍ଥାନକୁ ପହଞ୍ଚିବା ପରେ ଆପ ଜରିଆରେ ଚୟନ କରିଥିବା ସେହି ସମଲିଙ୍ଗି ବ୍ୟକ୍ତି ଆସି ପ୍ରଥମେ ସେଠାରେ ପହଞ୍ଚି ପରିଚିତ ହୁଅନ୍ତି ।
ପରେ ଏକାନ୍ତରେ ଡେଟିଂ ବେଳେ ହଠାତ ସେହି ଗ୍ୟାଙ୍ଗର ଅନ୍ୟ ଦୁଇଜଣ ଯୁବକ ଆସି ସେମାନଙ୍କୁ ସେମାନଙ୍କର କାର୍ଯ୍ୟକୁ ନେଇ ବ୍ଲାକ ମେଲ କରନ୍ତି । ଏ କାର୍ଯ୍ୟକଳାପ ନେଇ ଲୋକଙ୍କୁ ଜଣାଇ ଦେବେ ଭିଡିଓ କରି ସମସ୍ତଙ୍କୁ ପଠାଇବେ କହି ବ୍ଲାକମେଲ କରନ୍ତି । ଆଉ ସେହି ଗ୍ୟାଙ୍ଗର ଥିବା ସମଲିଙ୍ଗି ବ୍ୟକ୍ତି ସେହି ଠାରେ ଡରିଯିବାର ଅଭିନୟ କରନ୍ତି । ଶେଷରେ ଭୟରେ ଯେଉଁ ବ୍ୟକ୍ତିଟି ସମଲିଙ୍ଗି ସମ୍ପର୍କ ନିଶାରେ ଯାଇଥାଏ । ତାକୁ ଟ୍ରାପ କରିଦିଅନ୍ତି ପରେ ତାର ମୋବାଇଲରୁ ଫୋନ ପେ ବା ଅନଲାଇନ ଆପର ପେମେଣ୍ଟ ଗେଟ ଓ୍ବେ ଜରିଆରେ ତାଠୁ ସର୍ବସ୍ବ ଲୁଟନ୍ତି । ଏପରି ଢଙ୍ଗରେ ଭୁବନେଶ୍ବରରେ ଏକ ପ୍ରତିଷ୍ଠିତ ମେଡିକାଲର ଫାର୍ମାସିଷ୍ଟଙ୍କଠୁ ଏହି ଜରିଆରେ ଟ୍ରାପ କରି ତାଙ୍କ ମୋବାଇଲରୁ ଏକ ଲକ୍ଷ ଟଙ୍କା ୫ଟି ପର୍ଯ୍ୟାୟରେ ଅନଲାଇନରେ ଲୁଟି ନେଇଥିଲେ।
ଲୋକ ଲଜ୍ଜା ବୋଲି ଭାବି କେହି ଅଭିଯୋଗ କରିବାକୁ ଯିବେନି । ଏନେଇ ଠକ ଗ୍ୟାଙ୍ଗ ଏପରି ଢଙ୍ଗରେ ଠକାମି କରନ୍ତି । ଯାହାକୁ ନେଇ ତମାଣ୍ଡୋ ଥାନାରେ ଏନେଇ ଏକ ଅଭିଯୋଗ କରିଥିଲେ ଜଣେ ଫାର୍ମାସିଷ୍ଟ । ପରେ ଘଟଣାର ତଦନ୍ତ କରି ପୋଲିସ ଏହି ଗ୍ୟାଙ୍ଗକୁ ଟ୍ରାପ କରିଥିଲା । ଘଟଣାରେ ଜଣେ ଅଭିଯୁକ୍ତ ଶୁଭମ ସିଂକୁ ଗିରଫ କରିଛି ପୋଲିସ । ଅନ୍ୟ ୨ ଜଣ ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢାଉ କରୁଛି ପୋଲିସ । କମିସନରେଟ ପୋଲିସର ସୂଚନା ଅନୁସାରେ ସମ୍ପୃକ୍ତ ଫର୍ମାସିଷ୍ଟ ଜଣକ ଏକ ସମଲିଙ୍ଗି ଆପରେ ରେଜିଷ୍ଟ୍ରେସନ୍ କରିଥିଲେ ଅଭିଯୋଗକାରୀ ।
ଆପ୍ରେ ରେଜିଷ୍ଟ୍ରେସନ କରିବା ପରେ ତାଙ୍କୁ ଏକ ଫୋନ୍ କଲ୍ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ତାଙ୍କୁ ତମାଣ୍ଡୋ ଅଞ୍ଚଳକୁ ଡକାଇଥିଲା । ସମ୍ପୃକ୍ତ ଫାର୍ମାସିଷ୍ଟ ଜଣକ ପହଞ୍ଚିବା ପରେ ସମାନ ତରିକାରେ ତାଙ୍କୁ ଧମକ ଚମକ ଦେଇ ତାଙ୍କ ଆକାଉଣ୍ଟରୁ ଲକ୍ଷେ ଟଙ୍କା ନେଇ ଯାଇଥିଲେ । ପରେ ଲୋକ ଲଜ୍ଜା ପାଇଁ ପ୍ରଥମେ ଚୁପ୍ ରହିଥିଲେ । ପରେ ତମାଣ୍ଡୋ ଥାନାକୁ ଯାଇ ଅଭିଯୋଗ କରିଥିଲେ । ଏ ମାମଲାରେ ଶୁଭମକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ କେହି ଯଦି ଏପରି ଠକାମିର ଶିକାର ହୋଇଥାନ୍ତି ଲୋକଲଜ୍ଜା ଭୟ ନ କରି ପୋଲିସରେ ଅଭିଯୋଗ ପାଇଁ ଆହ୍ବାନ କରିଛି କମିସନରେଟ ପୋଲିସ ।
ଇଟିଭି ଭାରତ, ଭୁବନେଶ୍ବର