ଓଡିଶା

odisha

By

Published : Apr 1, 2020, 5:58 PM IST

ETV Bharat / city

ସଞ୍ଚିତ ଅର୍ଥରୁ ଚା ବିସ୍କୁଟ ବାଣ୍ଟୁଛନ୍ତି ଧୀରେନ

ଚାଲିଛି ଲକଡାଉନ ପିରିୟଡ । ଦୋକାନ ବଜାର ବନ୍ଦ । ଏହି ସମୟରେ ରାଜଧାନୀ ଭୁବନେଶ୍କେରରେ କେବଳ ପୋଲିସ, ମିଡିଆ, ବିଏମସି କର୍ମୀମାନେ ରାସ୍ତାରେ ନଜର ଆସୁଛନ୍ତି । ତେବେ ସମାନଙ୍କୁ ମାଗଣାରେ ଚା ବିସ୍କୁଟ ଦେଉଛନ୍ତି ଚା ଦୋକାନୀ ଧିରେନ । ଅଧିକ ପଢନ୍ତୁ...

man-distribute-tea-and-buiscuit-in-free-of-cost-in-bbsr
ସଞ୍ଚିତ ଅର୍ଥରୁ ଚା ବିସ୍କୁଟ ବାଣ୍ଟୁଛନ୍ତି ଧୀରେନ

ଭୁବନେଶ୍ବର: ପେଶାରେ ଜଣେ ଚା ବ୍ୟବସାୟୀ ଧୀରେନ। ଚାହା ମାଧ୍ୟମରେ ପ୍ରତିଦିନ ନିଜର ଗୁଜରାଣ ମେଣ୍ଟାଇ ଥାଆନ୍ତି । ଆହୁରି ମଧ୍ୟ ସେଥିରୁ କିଛି ପଇସା ସଞ୍ଚୟ କରି ଜରୁରୀ ଅବସ୍ଥାରେ କୌଣସି ବ୍ୟକ୍ତିକୁ ବିପଦ ସମୟରେ ସାହାଯ୍ୟ କରିବାକୁ ରଖିଥାନ୍ତି ।

ସଞ୍ଚିତ ଅର୍ଥରୁ ଚା ବିସ୍କୁଟ ବାଣ୍ଟୁଛନ୍ତି ଧୀରେନ

ତେବେ ବର୍ତ୍ତମାନ ରାଜ୍ୟସାରା ଲକଡାଉନ ଯୋଗୁଁ ନିଜର ବ୍ୟବସାୟ ବନ୍ଦ ରହିଛି । ତେବେ ଏହି ସମୟରେ ଅତ୍ୟାବଶ୍ୟକ ସେବାରେ ପୋଲିସ, ମିଡିଆ, ବିଏମସି ଭଳି କର୍ମଚାରୀମାନେ ନିୟମିତ ତାଙ୍କର କର୍ତବ୍ୟ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଚା ପିଇବାର ଅଭ୍ୟାସ ଥାଏ । ତେବେ ଦୋକାନ ବଜାର ବନ୍ଦ ଯୋଗୁଁ ସେମାନେ ଏଥିରୁ ବଞ୍ଚିତ ହେଉଛନ୍ତି ।

ତେଣୁ ସେମାନଙ୍କୁ ଏହି ସମୟରେ ଟିକେ ଚା ଦେଇ ତାଙ୍କ କ୍ଳାନ୍ତି ଦୂର କରିବା ସହ ସମାଜ ପାଇଁ ସେମାନଙ୍କ ଅବଦାନକୁ କୃତଜ୍ଞତା ଜଣାଇବା ପାଇଁ ପ୍ରତିଦିନ ମାଗଣାରେ ଚା ଓ ବିସ୍କୁଟ ଯୋଗାଉଛନ୍ତି ଭୁବନେଶ୍ୱରର ଧୀରେନ । ଯାହା ଫଳରେ ନିଜେ ମଧ୍ୟ ଟିକେ ଆତ୍ମସନ୍ତୋଷ ଲାଭ କରୁଥିବା ସେ କହିଛନ୍ତି ।

ଦିନକୁ 2ଶହ ରୁ 4ଶହ ଲୋକଙ୍କୁ ସେ ଚା ଦେଉଥିବା କହିଛନ୍ତି । ତେବେ ଏହା ସେ ବିନା ପଇସାରେ କରୁଥିବା ବେଳେ ଏହି ସମୟ ଶେଷ ହେବା ପର୍ଯ୍ୟନ୍ତ ଏହା ଚାଲୁ ରଖିବେ ବୋଲ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details