ଓଡିଶା

odisha

ETV Bharat / city

Man Detained For Marrying 2 Women: ରସିକିଆ ସ୍ବାମୀର ପର୍ଦ୍ଦାଫାସ, ଧରାପକାଇଦେଲା ସ୍ତ୍ରୀ - ଦୁଇ ମହିଳାଙ୍କୁ ବିବାହ କରି ଯୁବକ ଗିରଫ

ମହଙ୍ଗା ପଡ଼ିଲା ରସିକିଆ ସ୍ବାମୀଙ୍କ ଏକାଧିକ ଝିଅଙ୍କୁ ବିବାହ କରିବା । ଥାନାରେ ହାଜର ହେଲେ 2 ପତ୍ନୀ । ଅଧିକ ପଢନ୍ତୁ

ରସିକିଆ ସ୍ବାମୀର ପର୍ଦ୍ଦାଫାସ, ସ୍ତ୍ରୀ ଖୋଲିଲା ସ୍ବାମୀର ଏକାଧିକ ବିବାହ ରାଜ
ରସିକିଆ ସ୍ବାମୀର ପର୍ଦ୍ଦାଫାସ, ସ୍ତ୍ରୀ ଖୋଲିଲା ସ୍ବାମୀର ଏକାଧିକ ବିବାହ ରାଜ

By

Published : Nov 24, 2021, 5:56 PM IST

ଭୁବନେଶ୍ବର: ମହଙ୍ଗା ପଡ଼ିଲା ରସିକିଆ ସ୍ବାମୀଙ୍କ ଏକାଧିକ ଝିଅଙ୍କୁ ବିବାହ କରିବା ( Man Detained For duping Two Women)। ଥାନାରେ ହାଜର ହେଲେ 2 ପତ୍ନୀ । ଗ୍ରୁପ ଲୋନ ପାଇଁ କରୁଥିଲା ବିବାହ । ଡ୍ରାଇଭର ନା ସେଭ କରି ଗଲଫ୍ରେଣ୍ଡ ସହ ଗପୁଥିଲା । ଆଉ ଧରିବା ପରେ ଖୋଲିଲା ସ୍ବାମୀର ଏକାଧିକ ବିବାହ ରାଜ୍ ।

ରସିକିଆ ସ୍ବାମୀର ପର୍ଦ୍ଦାଫାସ, ସ୍ତ୍ରୀ ଖୋଲିଲା ସ୍ବାମୀର ଏକାଧିକ ବିବାହ ରାଜ

ସୂଚନା ଅନୁସାରେ, ଖୋର୍ଦ୍ଧା ଦତପୁର ନାଚୁଣିର ଆଲୋକ ଜେନା ନାମକ ଜଣେ ଟ୍ରାଭେଲର୍ସ ମାଲିକ ନାଁରେ ହୋଇଛି ମଞ୍ଚେଶ୍ବର ଥାନାରେ ଦୁଇଟି ଅଭିଯୋଗ। ପ୍ରଥମ ପତ୍ନୀଙ୍କ ସମେତ ଦ୍ବିତୀୟ ପତ୍ନୀ ମଧ୍ୟ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଦ୍ବିତୀୟ ପତ୍ନୀଙ୍କ ଅଭିଯୋଗ ଅନୁସାରେ ଆଲୋକ ବିବାହିତ ବୋଲି ସେ ଜାଣିନଥିଲେ । ଏହାପରେ ସେ ଅଜାଣତରେ ତାଙ୍କୁ ପ୍ରେମ ବିବାହ କରିଥିଲେ। ସେ ଥରେ ସ୍ବାମୀଙ୍କର‌ ମୋବାଇଲରେ ଏକ ଅଶ୍ଳିଳ ଫଟୋ ଦେଖିବାକୁ ପାଇଲେ, ଯେଉଁଥିରେ ସ୍ବାମୀ ଆଉ ଜଣେ ଯୁବତୀଙ୍କ ସହ ଅସଞ୍ଜତ ଅବସ୍ଥାରେ ଥିଲେ । ଏନେଇ ପଚାରିବାରୁ ସେ ସତ ମାନିନେଇଥିଲେ । ଖୋଳତାଡ କରୁକରୁ ସ୍ବାମୀ ସତ୍ୟବିହାରର ରହୁଥିବା ଜଣେ ଯୁବତୀଙ୍କ ସହ ରହୁଥିଲେ ବୋଲି ଖବର ପାଇ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ କି ସେ ଏହିପରି ଏକାଧିକ ବିବାହ କରିଛନ୍ତି।

ତେବେ ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ଦୁଇ ଜଣଙ୍କୁ ଏପରି ମିଛ ପ୍ରତିଶୃତି ଦେଇ ବିବାହ ପରେ ଠକେଇ କରି ତାଙ୍କୁ ଛାଡି ଅନ୍ୟତ୍ର ବିବାହ କରିଛି। ସେମାନଙ୍କ ଠାରୁ ଟଙ୍କା ମଧ୍ୟ ହଡପ କରିଛି । ଯେହେତୁ ସହଜରେ ମହିଳାମାନଙ୍କ ନାଁରେ ସ୍ବୟଂ ସହାୟକ ଗୋଷ୍ଠିରୁ ଋଣ ମିଳୁଛି । ସେଥିପାଇଁ ଏପରି ବିବାହ କରି ସେମାନଙ୍କ ନାଁରେ ଋଣ ଆଣି ନିଜର ବ୍ୟବସାୟ କରୁଥିଲା ଆଲୋକ ।

ଅଭିଯୋଗ କରିଥିବା ଦୁଇ ପତ୍ନୀ କହିଛନ୍ତି, ସେମାନେ ଜଣେ ବନ୍ଧକ ଓ ଗୋଲ୍ଡ ଲୋନ କରି ସ୍ବାମୀଙ୍କ ପାଇଁ ଟଙ୍କା ଯୋଗାଡ କରି ବ୍ୟବସାୟ କରିବାକୁ ଦେଇଛନ୍ତି । ଯେଉଁ ଟଙ୍କାରେ ଅଟୋ ଚାଳକରୁ ଟ୍ରାଭେଲର୍ସ ମାଲିକ ସାଜିଥିଲେ ରସିକିଆ ସ୍ବାମୀ। ତିନୋଟି କାର ଓ ଅଟୋର ମାଲିକ ହୋଇ ଅୟସ ଜୀବନ ବିତାଉଥିଲେ। ଏପରି କାରନାମା ଜଣାପଡିବା ପରେ ଅଭିଯୁକ୍ତକୁ ଥାନାରେ ଅଟକ ରଖି ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।

ଭଉବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details