ଓଡିଶା

odisha

ETV Bharat / city

ପ୍ରି-ୱେଡିଂର ସ୍ବପ୍ନ ଦେଖାଇ ଷ୍ଟାଫ ନର୍ସ ସହ ଶାରୀରିକ ସମ୍ପର୍କ, ଡାଟା ଏଣ୍ଟ୍ରି ଅପରେଟର ଗିରଫ - arjeet jena

ବାହାଘର ପ୍ରତିଶୃତି ଦେଇ ମନରେ ଗଢି ଚାଲିଥିଲେ ବିଶ୍ବାସ ପରେ ବିଶ୍ବାସର ପାହାଡ । ଆଉ ରଖିଚାଲିଥିଲେ ଶାରୀରିକ ସମ୍ପର୍କ । ହେଲେ ଶେଷରେ ବିବାହ ନୁହେଁ ଧୋକା ଦେଉଥିବା ଜାଣି ପ୍ରେମିକଙ୍କ ନାଁରେ ଏତଲା ଦେଲେ ପ୍ରେମିକା । ଅଧିକ ପଢନ୍ତୁ...

ପ୍ରି-ୱେଡିଂର ସ୍ବପ୍ନ ଦେଖାଇ ଷ୍ଟାଫ ନର୍ସ ସହ ଶାରୀରିକ ସମ୍ପର୍କ, ଡାଟା ଏଣ୍ଟ୍ରି ଅପରେଟର ଗିରଫ
ପ୍ରି-ୱେଡିଂର ସ୍ବପ୍ନ ଦେଖାଇ ଷ୍ଟାଫ ନର୍ସ ସହ ଶାରୀରିକ ସମ୍ପର୍କ, ଡାଟା ଏଣ୍ଟ୍ରି ଅପରେଟର ଗିରଫ

By

Published : Jun 14, 2021, 10:41 PM IST

ଭୁବନେଶ୍ବର: କୋଭିଡ ଡ୍ୟୁଟି ବେଳେ ହେଲା ଦେଖା । ଷ୍ଟାଫ ନର୍ସଙ୍କ ହୃଦୟରେ ଏଣ୍ଟ୍ରି ମାରିଲେ ଡାଟା ଏଣ୍ଟ୍ରି ଅପରେଟର । ଧିରେ ଧିରେ ହୋଇଗଲା ପ୍ରେମ । ଦୁହିଁକ ମଧ୍ୟରେ ବଢିଲା ନିବିଡତା । ମାନିଲେନି ସମ୍ପର୍କର ସିମା । ବିବାହର ପ୍ରତିଶୃତି ଦେଇ ପ୍ରେମିକ ରଖିଲା ଶାରୀରିକ ସମ୍ପର୍କ । କେତେବଳେ ଚାନ୍ଦିପୁର ବିଚ୍ ରେ ପ୍ରି-ୱେଡିଂ ର ଫଟୋ ସୁଟ୍ ସ୍ବପ୍ନ ଦେଖାଇ ବିବାହ କରିବାର ପ୍ରତିଶୃତି, ତ ଆଉ କେତବେଳେ ହାଇଫାଇ ରିସୋର୍ଟରେ ବାହାଘରର ଆଶା ଦେଖାଇ ପ୍ରେମିକ ଭୁଲାଉଥିଲା ପ୍ରେମିକାର ମନ ।

କୋରୋନା ହଟିଲେ ବାହାଘର ହେବ ବେଦି ଉପରେ ହାତ ଗଣ୍ଠି ପଡିବ । ଅଗ୍ନିର ସାକ୍ଷି ରଖି ପରିବାର ଲୋକଙ୍କ ଉପସ୍ଥିତିରେ ବାହାଘର ହେବ ବୋଲି ପ୍ରେମିକ ଦେଇଚାଲିଥିଲା ମିଛ ପ୍ରତିଶୃତି । ବାହାଘର ବାହାନାରେ ଶାରୀରିକ ସମ୍ପର୍କ ରଖିବାକୁ ପ୍ରେମିକା ସହ ରଚିଥିଲା ନାଟକ । ହେଲେ ସବୁ କିଛି ଠିକ ଠାକ ଥିଲା । ସେପ୍ଟେମ୍ବର ୨୦୨୦ ରୁ ଶେଷରେ ପହଞ୍ଚିଥିଲେ ଜୁନ ୨୦୨୧ ।

ଯେତେବଳେ ପ୍ରେମିକ ନା ବାହାଘର ନାଁ ଧରୁଥିଲେ, ବାହାଘର କଥା କହିବା ପରେ ପ୍ରେମିକ ଜଣକ ବିଭିନ୍ନ ଆଳ ଦେଖାଉଥିଲେ । ଏପରି ଢଙ୍ଗରେ ଯେତେବଳେ ପ୍ରେମିକା ଜାଣିବାକୁ ପାଇଲେ ପ୍ରେମିକ ଜଣକ ତାଙ୍କୁ ବିବାହ ନୁହେଁ ଧୋକା ଦେବାକୁ ଚାହୁଁଛନ୍ତି । ଶେଷରେ ଥାନାରେ ପହଞ୍ଚିଥିଲେ ପ୍ରେମିକା । ଯୁବତୀ ଜଣକ ଗତ ୧୦ ତାରିଖରେ ବାଲିଅନ୍ତା ଅଞ୍ଚଳର କାକରୁଦ୍ରପୁରର ସେହି ପ୍ରେମିକ ପ୍ରବର ଅରଜିତ ଜେନାଙ୍କ ନାଁରେ ଇନଫୋସିଟ ଥାନାରେ ଅଭିଯୋଗ କରିଥିଲେ । ପଟିଆ ହସ୍ପିଟାଲର କାମ କରୁଥିବା ଅଭିଯୋଗକାରିଣୀ ଷ୍ଟାଫନର୍ସଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ପରେ ତାଙ୍କୁ ଧୋକା ଦେଇଛନ୍ତି । ପୋଲିସ ଘଟଣା ଜାଣିବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ତେବେ ଉଭୟ କୋଭିଡ ସମୟରେ କଣ୍ଟ୍ରାକଚୁଆଲ ଭାବେ କାମ କରୁଥିଲେ । ଯୁବକ ଅରଜିତ କ୍ୟାପିଟାଲ ହସ୍ପିଟାଲରେ ଡାଟା ଏଣ୍ଟ୍ରି ଅପରେଟର କାମ କରୁଥିଲୋ । ଆଉ ଯୁବତୀ ଜଣକ ଷ୍ଟାଫ ନର୍ସ ଭାବେ କାମ କରୁଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details