ଭୁବନେଶ୍ବର:ସୀମା ଟପିଲା ପ୍ରେମର ବାଡ। ମାଉସୀ ସହ ହେଲା ପୁତୁରାର ଭାବ। ବିଟେକ ପଢିଵାକୁ ଆସିଥିବା ୨୩ ଵର୍ଷୀୟ ମାଉସୀ ଶେଷରେ ୩୦ ବର୍ଷିୟ ପୁତୁରାର ପ୍ରେମର ପୂର୍ଣ୍ଣଚ୍ଛେଦ ପରେ ଆଣିଲେ ପ୍ରତାରଣାର ଅଭିଯୋଗ । ଆଉ ମାଉସୀ ଅଭିଯୋଗ ଆଧାରରେ ପୁତୁରା ସୁଧୀର ସାହୁ କରିଛି ଗିରଫ।
ଏମିତି ଏକ ଘଟଣା ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଘଟିଛି । ନିଳାଦ୍ରୀ ବିହାର କନ୍ୟାଶ୍ରମରେ ଜଣେ ସମ୍ପର୍କୀୟ ଭଉଣୀ ଘରେ ରହି ପାଠ ପଢିବାକୁ ଆସିଥିଲେ ଜଗତସିଂହପୁରର ଜଣେ ଯୁବତୀ । ସେହି ସମ୍ପର୍କୀୟ ଭଉଣୀଙ୍କ ୩୦ ବର୍ଷର ପୁତୁରା ସହ କଲେଜ ଯାଉଥିଲେ ଯୁବତୀ ଜଣକ। ଧୀରେ ଧୀରେ ବାଇକରେ ବୁଲାବୁଲି ପରେ ପାର୍କରେ ସମୟ କାଟି ଉଭୟ ଉଭୟକୁ ମାଉସୀ ପୁତୁରାର ସମ୍ପର୍କର ଦ୍ଵାହି ଦେଇ ପ୍ରେମର ସାଗରରେ ଭାସିଵାକୁ ଲାଗିଲେ ।