ଓଡିଶା

odisha

ଶୋଇଥିଲେ କୁନି କୁକୁର ଛୁଆ, ଗାଡି ଚଢାଇ ଗିରଫ କାର ଚାଳକ

By

Published : Jun 6, 2021, 10:54 PM IST

ନିଷ୍ଠୁରତାର ପରିଣାମ ପୋଲିସ ହାଜତ। କୁକୁର ଛୁଆକୁ ଗାଡି ଚଢାଇ କାର ଚାଳକ ଗିରଫ। ଏମିତି ଅଭିଯୋଗରେ ପ୍ରଫୁଲ ରାଉତ ନାମକ ଗାଡି ଚାଳକକୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ଅଧିକ ପଢନ୍ତୁ...

ଶୋଇଥିଲେ କୁନି କୁକୁର ଛୁଆ, ଗାଡି ଚଢାଇ ଗିରଫ କାର ଚାଳକ
ଶୋଇଥିଲେ କୁନି କୁକୁର ଛୁଆ, ଗାଡି ଚଢାଇ ଗିରଫ କାର ଚାଳକ

ଭୁବନେଶ୍ବର: ନିଷ୍ଠୁରତାର ପରିଣାମ ପୋଲିସ ହାଜତ। କୁକୁର ଛୁଆକୁ ଗାଡି ଚଢାଇ କାର ଚାଳକ ଗିରଫ। ଏମିତି ଅଭିଯୋଗରେ ପ୍ରଫୁଲ ରାଉତ ନାମକ ଗାଡି ଚାଳକକୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ ।

ସୁଚନା ମୁତାବକ, ପୁରୁଣା ଭୁବନେଶ୍ବରରେ ଗୋସାଗରେଶ୍ବର ଛକରେ ୫ଟି କୁକୁର ଛୁଆ ଶୋଇଥିଲେ। ଲକଡାଉନ ଯୋଗୁ ଗାଡି ଚଳପ୍ରଚଳ ସେତେ ନଥିଲା। ତେବେ ଦ୍ରୁତଗତିରେ ଏକ କାର ନେଇ ସେହି ବାଟ ଦେଇ ଯାଉଥିଲେ ପ୍ରଫୁଲ ରାଉତ।

ଶୋଇଥିଲେ କୁନି କୁକୁର ଛୁଆ, ଗାଡି ଚଢାଇ ଗିରଫ କାର ଚାଳକ

ସେହି ସମୟରେ ରାସ୍ତାରେ ଶୋଇଥିବା କୁକୁର ଛୁଆଙ୍କ ଉପରେ କାର ଚଢ଼ାଇ ଦେବା ଫଳରେ କୁକୁର ଛୁଆଙ୍କର ସେଠାରେ ମୃତ୍ୟୁ ଘଟିଥିଲା। କୁକୁର ଛୁଆଗୁଡିକୁ ମାରିବା ଅଭିଯୋଗରେ ଆନିମଲ କ୍ରୁଏଲାଟିରେ ଅଭିଯୋଗ କରିଥିଲେ ବିଶଲ ବଟୁ । ଫଳରେ ପ୍ରଫୁଲ ରାଉତଙ୍କୁ ପୋଲିସ ଗିରଫ କରିଥିଲେ।

ଶୋଇଥିଲେ କୁନି କୁକୁର ଛୁଆ, ଗାଡି ଚଢାଇ ଗିରଫ କାର ଚାଳକ

ପୂର୍ବରୁ ମଧ୍ୟ ଏଭଳି ବହୁ ଘଟଣା ଦେଖିବାକୁ ମିଳିଛି। ଆନିମଲ କ୍ରୁଏଲିଟି ଏତେ ବଢିଛି ଯେ ୨୦୧୯ ନଭେମ୍ବର ୧୮ ତାରିଖରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ୪ କୁକୁର ଛୁଆଙ୍କ ଉପେର ଗାଡି ଚଢାଇ ଡ୍ରାଇଭର ଗିରଫ ହୋଇଥିଲେ । ସେହିପରି ୨୦୨୦ ଏପ୍ରିଲ ୨୧ ତାରିଖର ଭୁବନେଶ୍ବରର ସାମନ୍ତରାପୁର ଅଞ୍ଚଳର ଶ୍ରିରାମନଗରରେ ଜଣେ ମହିଳା ମାଡ ମାରି କୁକୁରକୁ ଲହୁଲୁହାଣ କରିଥିଲେ। ଫଳରେ ଗର୍ଭବତୀ କୁକୁରର ସହ ଛୁଆର ମୃତ୍ୟୁ ଘଟିଥିଲା ।

ଶୋଇଥିଲେ କୁନି କୁକୁର ଛୁଆ, ଗାଡି ଚଢାଇ ଗିରଫ କାର ଚାଳକ

ସେହିପରି ୨୦୨୦ ମେ ୧୭ ତାରିଖ ଇନଫୋସିଟ ଥାନ ଅଞ୍ଚଳର କଲୋନୀ ଭିତରେ ଏକ କୁକୁର ସହ ସିକ୍ୟୁରିଟି ଗାର୍ଡ ଦୁଷ୍କର୍ମ କରିଛିଲେ। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ।

ସେହିପରି ଗତ ମେ ମାସରେ ଇନଫୋସିଟି ଶ୍ରିବିହାର ଅଞ୍ଚଳରୁ ବିଲଇ ଛୁଆକୁ କୁକୁର ମୁହଁରେ ଦେଇ ଗିରଫ ହୋଇଥିଲା ଜଣେ ବୟସ୍କ ବ୍ୟକ୍ତି। କେବଳ କୁକୁର ନୁହେଁ ଗାଇଗୋରୁ ନିରିହ ପଶୁପକ୍ଷୀ ବି ହେଉଛନ୍ତି ଏପରି ଶିକାର।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details