ଭୁବନେଶ୍ବର: ବହୁ ଚର୍ଚ୍ଚିତ ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ମେହେରକୁ ଗିରଫ କରାଯାଇଥିବା ବେଳେ ଗତକାଲି ତାଙ୍କୁ ସହଯୋଗ କରିଥିବା ଡ୍ରାଇଭରକୁ ମଧ୍ୟ ପୋଲିସ ଗିରଫ କରିଛି । ତେବେ ଏହି ଘଟଣାର ତଦନ୍ତ ପାଇଁ ଆଜି ବଲାଙ୍ଗୀର ଗସ୍ତ କରିଛନ୍ତି ମହିଳା କମିଶନ । ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ମହିଳା ଆୟୋଗର ଅଧକ୍ଷା ମିନତୀ ବେହେରା ଆଜି ସ୍ଥାନୀୟ ପୋଲିସ ଓ କିଛି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି।
ମମିତା ମର୍ଡର ମିଷ୍ଟ୍ରି: ବଲାଙ୍ଗୀର ଗସ୍ତରେ ମହିଳା କମିଶନ
ବହୁ ଚର୍ଚ୍ଚିତ ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା । ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ମହିଳା ଆୟୋଗର ଅଧକ୍ଷା ମିନତୀ ବେହେରା ଆଜି ବଲାଙ୍ଗୀର ଗସ୍ତ କରିଛନ୍ତି। ଅଧିକ ପଢନ୍ତୁ...
ମମିତା ମର୍ଡର ମିଷ୍ଟ୍ରି: ତଦନ୍ତ ପାଇଁ ବଲାଙ୍ଗୀର ଗସ୍ତରେ ମହିଳା କମିଶନ
ଅନ୍ୟ ପଟେ ଦିନ ଗଡିବା ସହ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ଗୋଟିଏ ପରେ ଗୋଟିଏ କଳାକାରନାମା ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୋର ୪ଟାରୁ ଗୋବିନ୍ଦଙ୍କୁ ମହାଲିଙ୍ଗ ଷ୍ଟାଡିୟମକୁ ନେଇ ସିନ୍ ରିକ୍ରିଏସନ କରିଥିଲା ପୋଲିସ । ସେହିପରି ମମିତାଙ୍କ ଫୋନରେ ଗୋବିନ୍ଦଙ୍କ କଳା ସାମ୍ରାଜ୍ୟର ଗୁମର ଥିବା ଚର୍ଚ୍ଚା ହେଉଥିବା ବେଳେ ଆଜି ଗିରଫ ଡ୍ରାଇଭର ରାଧେ ଚଣ୍ଡୀ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ପାଇଛି ପୋଲିସ । ଘର ଖଟ ତଳୁ ଏକ ବ୍ୟାଗରେ ଥିବା ମୋବାଇଲ ଓ ଡ୍ରେସ ପାଇ ପୋଲିସକୁ ଦେଇଛନ୍ତି ରାଧେର ସ୍ତ୍ରୀ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ