ଓଡିଶା

odisha

ETV Bharat / city

‘ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ କରୁଛି BJP’ - କଳାହାଣ୍ଡି ମହାଲିଙ୍ଗ କଲେଜ

କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ବିଜେପିର ସମୋଲାଚନାର ଜବାବ ରଖିଲା ବିଜେଡି । ବିଜେପି ମିଥ୍ୟା ମନ୍ତବ୍ୟ ଦେଇ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ କରୁଥିବା କହିଲେ ପ୍ରବକ୍ତା ଇପ୍ସିତା ସାହୁ । ଅଧିକ ପଢନ୍ତୁ...

‘ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ କରୁଛି BJP’
‘ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ କରୁଛି BJP’

By

Published : Oct 21, 2021, 10:43 PM IST

ଭୁବନେଶ୍ବର:ଆନ୍ଦୋଳନ ଆଳରେ ଓଡିଶା ବିଜେପି ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ କରୁଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ବିଜେପିର ସମାଲୋଚନାକୁ ନେଇ ଏପରି ଜବାବ ରଖିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।

‘ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ କରୁଛି BJP’

ଇପ୍ସିତା କହିଛନ୍ତି, ଏହା ଅତି ଆଶ୍ଚର୍ଯ୍ୟଜନକ ଏବଂ ଦୁର୍ଭାଗ୍ୟଜନକ ଯେ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ଏବଂ ରାଜ୍ୟ ବିଜେପି ମିଥ୍ୟା ଓ ଭିତ୍ତିହୀନ ବିବୃତ୍ତି ଦେଇ ଉକ୍ତ ଘଟଣା ଆଳରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ବଦନାମ କରୁଛନ୍ତି । ଏହି ଅନୁଷ୍ଠାନରେ ବର୍ତ୍ତମାନ ଶହଶହ ଛାତ୍ରଛାତ୍ରୀ ପଢୁଥିବାବେଳେ ଏବଂ ଗତ ଦଶ ବର୍ଷ ମଧ୍ୟରେ ଏଠାରୁ ସ୍ନାତକ ହାସଲ କରିଛନ୍ତି । ତେବେ ଓଡିଶା ବିଜେପି କାହିଁକି ସେମାନଙ୍କୁ ମିଥ୍ୟା ଓ ଭିତ୍ତିହୀନ ବିବୃତ୍ତି ଦେଇ ବଦନାମ କରୁଛି ବୋଲି ପ୍ରଶ୍ନ କରିବା ସହ ବିଜେପିର ଏପରି ମନ୍ତବ୍ୟକୁ ସେହି ଅନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପିତାମାତା କଦାପି ବରଦାସ୍ତ କରିବେ ନାହିଁ ବୋଲି କହିଛନ୍ତି ଇପ୍ସିତା ।

ନିରୀହ ପିଲାମାନଙ୍କ ଜୀବନକୁ ନେଇ ଏଭଳି ଶସ୍ତା ରାଜନୀତି କରିଥିବାରୁ ଓଡ଼ିଶା ବିଜେପି ଲଜ୍ଜିତ ହେବା ଉଚିତ । ଏହି ଅନୁଷ୍ଠାନର ପରିଚାଳନା ବୋର୍ଡରେ ସ୍ଥାନୀୟ ସାଂସଦ ମଧ୍ୟ ପ୍ରତିନିଧି ଅଛନ୍ତି । ଓଡିଶା ବିଜେପି କଣ ଏହି ଅପରାଧରେ ମଧ୍ୟ ନିଜର ସମ୍ପୃକ୍ତି ଅଛି ବୋଲି ସ୍ବୀକାର କରିବେ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ଇପ୍ସିତା । ବିଜେପି ଘଟଣାରେ ରାଜ୍ୟ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ବାରମ୍ବାର ଅଭିଯୋଗ କରିଆସୁଛି । ଯଦି ଏହାର କୌଣସି ପ୍ରମାଣ ଅଛି, ତେବେ ତାକୁ କୋର୍ଟରେ ଦିଅନ୍ତୁ ବୋଲି କହିଛନ୍ତି ଇପ୍ସିତା କହିଛନ୍ତି ।

ସେହିପରି ଇପ୍ସିତା ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ବିଜେପି କୁମ୍ଭୀର କାନ୍ଦଣା କାନ୍ଦିବା ଏବଂ ଦୋମୁହାଁ ନୀତି ଆପଣାଇବାରେ ଧୂରନ୍ଧର । ଜୟରାମ ପାଙ୍ଗୀ ଟିକିରି ଶିକ୍ଷୟତ୍ରୀ ହତ୍ୟାକାଣ୍ଡ ଘଟଣାରେ ଜଡିତ ଅଛନ୍ତି ବୋଲି ବିଜେପି ଅଭିଯୋଗ କରିଥିବାବେଳେ ପରବର୍ତ୍ତୀ ସ୍ଥିତିରେ ୨୦୧୯ ନିର୍ବାଚନରେ ଜୟରାମଙ୍କୁ କୋରାପୁଟ ଲୋକସଭା ଆସନରୁ ଲଢିବା ପାଇଁ ବିଜେପି ଦଳୀୟ ଟିକଟ ଦେଇଥିଲା । ଶସ୍ତା ରାଜନୀତି କରିବାରେ ଓଡିଶା ବିଜେପିର ଅଭ୍ୟାସ ସଂକ୍ରାନ୍ତରେ ରାଜ୍ୟବାସୀ ଭଲଭାବେ ଜାଣିଛନ୍ତି । ମହିଳାଙ୍କ ପ୍ରତି ଏପରି ସମ୍ବେଦନଶୀଳ ଅପରାଧକୁ ରାଜନୀତିକରଣ କରିଥିବାରୁ ରାଜ୍ୟର ମହିଳା BJPକୁ କେବେହେଲେ କ୍ଷମା କରିବେ ନାହିଁ ବୋଲି BJD ମୁଖପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details