ଭୁବନେଶ୍ବର:ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇବ କାୟାକଳ୍ପ ପୁରସ୍କାର । ୨୦୨୧-୨୨ ବର୍ଷ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)ବର୍ଗରେ ମାଲକାନଗିରି ଜିଲ୍ଲା ସଦର ମହକୁମା ହସ୍ପିଟାଲକୁ ପ୍ରଥମ ପୁରସ୍କାର ମିଳିବ ।
୨୦୨୧-୨୨ ମସିହା ପାଇଁ NOAS, ଲକ୍ଷ, SUMAN ଓ କାୟକଳ୍ପ ଅଗ୍ରଗତିର ସମୀକ୍ଷା ଓ ଚଳିତ ବର୍ଷ ପାଇଁ କାୟାକଳ୍ପ ପୁରସ୍କାର ବିଜେତାଙ୍କୁ ଚୂଡ଼ାନ୍ତ କରିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ରାଜ୍ୟ ଗୁଣବତା ନିଶ୍ଚିତତା କମିଟି (SQAC) ର ବୈଠକ ଅନୁଷ୍ଠିତ ହୋଇଯାଇଛି । NOAS ସାର୍ଟିଫିକେଟ୍ ୨୦୨୧-୨୨ ବର୍ଷରେ ମୋଟ ୧୧ଟି ସ୍ୱାସ୍ଥ୍ୟ ସୁବିଧା NOAS ରାଜ୍ୟ ପ୍ରମାଣପତ୍ର ପାଇଁ ଯୋଗ୍ୟ ହୋଇଛନ୍ତି ଯେଉଁଥରେ DHH, PHC, UPLIC ଅନ୍ତର୍ଭୁକ୍ତ ।
କାୟାକଳ୍ପ ପୁରସ୍କାର ହେଉଛି ସମସ୍ତ ଜନସ୍ଵାସ୍ଥ୍ୟ ସୁବିଧାଗୁଡ଼ିକରେ ସ୍ଵଚ୍ଛତାକୁ ପ୍ରୋତ୍ସାହନ କରିବା ଏବଂ ସ୍ବାସ୍ଥ୍ୟସେବାର ଗୁଣବତ୍ତା ସୃଷ୍ଟି କରିବ । ଏହି ଯୋଜନା ଅଧୀନରେ ଜିଲ୍ଲା ହେର୍ଡ କ୍ବାଟର ହରିଟାଲ୍ (DHIT)ଠାରୁ ଆରମ୍ଭ କରି ସବ ହେଲଥ ସେଣ୍ଟର(SHCs) ପର୍ଯ୍ୟନ୍ତ ସମସ୍ତ ସ୍ତରରେ ଜନସ୍ଵାସ୍ଥ୍ୟ ସୁବିଧାରେ ବ୍ୟବସ୍ଥିତ ମୁଲ୍ୟାଙ୍କନ ପ୍ରକ୍ରିୟା ମାଧ୍ୟମରେ ସ୍ଥାନିତ ହୋଇଛି । ଏଥର ୮ଟି ଥିମ ଅଧୀନରେ ସମସ୍ତ ସୁପାରିଶ କରାଯାଇଥିବା ସୁବିଧାଗୁଡ଼ିକର ମୂଲ୍ୟାଙ୍କନ କରାଯାଇଥିଲା।