ଓଡିଶା

odisha

ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ଭିନୀଲ କ୍ରିଷ୍ଣାଙ୍କ ଅପହରଣକାରୀ ଗିରଫ

By

Published : Jan 9, 2020, 5:25 AM IST

ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ଭିନୀଲ କ୍ରିଷ୍ଣାଙ୍କ ଅପହରଣ ମୁଖ୍ୟ ଦାମଦାର ଓରଫ ଵାଲେମ ନାରାୟଣ ସ୍ବାମୀ ଏବଂ ତାଙ୍କ ପତ୍ନୀ ଫୁଲବତୀକୁ ବିଶାଖାପାଟଣା ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଅଧିକ ପଢନ୍ତୁ...

ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ଭିନୀଲ କ୍ରିଷ୍ଣାଙ୍କ ଅପହରଣକାରୀ ଗିରଫ
ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ଭିନୀଲ କ୍ରିଷ୍ଣାଙ୍କ ଅପହରଣକାରୀ ଗିରଫ

ଭୁବନେଶ୍ବର: ଆନ୍ଧ୍ର ପୋଲିସକୁ ମିଳିଛି ବଡ ସଫଳତା । ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ଭିନୀଲ କ୍ରିଷ୍ଣାଙ୍କ ଅପହରଣ ମୁଖ୍ୟ ଦାମଦାର ଓରଫ ଵାଲେମ ନାରାୟଣ ସ୍ବାମୀ ଏବଂ ତାଙ୍କ ପତ୍ନୀ ଫୁଲବତୀକୁ ବିଶାଖାପାଟଣା ପୁଲିସ ଗିରଫ କରିବାରେ ସଫଳ ହୋଇଛି ।


ବିଶାଖାପାଟଣା ପୋଲିସର ସୂଚନା ଅନୁସାରେ ଵାଲେମ ନାରାୟଣ ସ୍ବାମୀ ଦୀର୍ଘ ୨୦ବର୍ଷ ଧରି ମାଲକାନଗିରି ଜିଲ୍ଲାରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା । ମାଲକାନଗିରି ଚିତ୍ରକୋଣ୍ଡା ଜଳ ଭଣ୍ଡାର ଲଞ୍ଚ ଆକ୍ରମଣରେ ୩୫ଜଣଙ୍କୁ ହତ୍ୟା, ଵିଏସଏଫ ଯବାନଙ୍କୁ ଆକ୍ରମଣ, କାଲିମେଳ ତେଲରାଇ ଆକ୍ରମଣରେ ଏଗାର ଜଣ ପୁଲିସଙ୍କୁ ହତ୍ୟା ଭଳି ବହୁ ଘଟଣାରେ ଜଡିତ ଥିବା ବେଳେ ମାଲକାନଗିରି ପୁଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଥଲେ ଉଭୟ । ଉଭୟଙ୍କ ନାମରେ ୨୦ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ରାଶିଥିଲା ।


ବର୍ତ୍ତମାନ ଦାମୋଦର ଆନ୍ଧ୍ର ଓଡିଶା ସ୍ବତନ୍ତ୍ର ଜୋନାଲ କମିଟିରେ କାର୍ଯ୍ୟ କରୁଥିବା ବେଳେ ମାଲକାନଗିରି ଓ ଆନ୍ଧ୍ରରେ ଶହେରୁ ଉର୍ଦ୍ଧ୍ବ ମାଓବାଦୀ ହିଂସାରେ ଜଡିତ ଥିଲା । ବିଶାଖାପାଟଣାରେ ଚିକିତ୍ସ ହେଉଥିବାବେଳେ ତାଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details