ଭୁବନେଶ୍ବର: ଭିଜିଲାନ୍ସ ପଞ୍ଝାରେ ମାଲାକନଗିରିର ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଦାଶ । ଚତୁର୍ଥ ଦିନ ପରେ ବି ସରୁନି ଭିଜିଲାନ୍ସ ଖୋଳତାଡ଼ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଦାଶଙ୍କ ଘରେ ରେଡ୍ ଜାରିରଖିଛି ଭିଜିଲାନ୍ସ । ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା ।
ରେଡ ସମୟରେ ଆଶିଷଙ୍କ ଘରୁ ୧ କୋଟି ୩୬ ଲକ୍ଷ ନଗଦ ଟଙ୍କା, ୧ କିଲୋ ୨୦୦ ଗ୍ରାମ ସୁନା ସହ ୪ କୋଟି ଟଙ୍କାର ଡିପୋଜିଟ ଜବତ କରିଛି ଭିଜିଲାନ୍ସ । ଆକ୍ସିସ ବ୍ୟାଙ୍କରେ ୨୦୨୧ ମାର୍ଚ୍ଚ ୧୮ରୁ ୨୦୨୨ ଫେବ୍ରୁଆରି ୧୦ ତାରିଖ ମଧ୍ୟରେ ୧୮ ଟି ଫିକ୍ସ ଜମାରେ ୭୮ ଲକ୍ଷ ଟଙ୍କା ଜମା ରହିଛି। ସେଥିମଧ୍ୟରୁ ଆଶିଷ ଦାଶଙ୍କ ନାଁରେ ୧୮ ଲକ୍ଷ, ତାଙ୍କ ପତ୍ନୀଙ୍କ ନାରେ ୨୦ ଲକ୍ଷ, ପୁଅ ନାଁରେ ୧୫ ଲକ୍ଷ, ଅନ୍ୟ ସମ୍ପର୍କୀୟ ଓ ବେନାମୀ ୨୫ ଲକ୍ଷ ଜମା କରଯାଇଛି।