ଓଡିଶା

odisha

ETV Bharat / city

ଫେରିଯିବ ମାଲେସିଆ ଜାହାଜ - ପରିବହନ ମନ୍ତ୍ରୀ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା

ଖୁବଶୀଘ୍ର ଫେରିବ ମାଲେସିଆ ଜାହାଜ । ଜାହାଜରେ ଗଚ୍ଛିତ ଥିବା ତେଲକୁ ପ୍ରଥମେ ବାହାର କରିବେ ମାଲିକ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ସେପଟେ ଜାହାଜକୁ ନେବା ପାଇଁ ପୁରୀ ଜିଲ୍ଲାପାଳଙ୍କ ଅନୁମତି ମଧ୍ୟ ନେଇସାରିଛନ୍ତି ଜାହାଜ ମାଲିକ ।

ଫାଇଲ ଫଟୋ

By

Published : Aug 26, 2019, 5:23 PM IST

Updated : Aug 26, 2019, 9:47 PM IST

ଭୁବନେଶ୍ବର: ଚିଲିକା ରାଜହଂସ ନିକଟରେ ଲାଗିଥିବା ମାଲେସିଆ ଜାହାଜକୁ ତୁରନ୍ତ ହଟାଇବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଫେରିଯିବ ମାଲେସିଆ ଜାହାଜ

ଜାହାଜର ମାଲିକଙ୍କୁ ଚିହ୍ନଟ କରାଯାଇଛି । ସେପଟେ ପୁରୀ ଜିଲ୍ଲାପାଳଙ୍କ ଅନୁମତି ମଧ୍ୟ ନେଇଛନ୍ତି ଜାହାଜର ମାଲିକ । ଖୁବଶୀଘ୍ର ସେ ତେଲ ବାହାର କରିବେ । ଏହା ପରେ ଜାହାଜ ନେବେ ବୋଲି କହିଛନ୍ତି ମନ୍ତ୍ରୀ । ଜାହାଜଟି ବାଂଲାଦେଶ ଅଭିମୁଖେ ଗତି କରୁଥିଲା ବେଳେ ଘୂର୍ଣ୍ଣିଝଡ ସମ୍ମୁଖୀନ ହୋଇ ଭୁଲପଥରେ ଚାଲିଆସି ଚିଲିକାରେ ଲାଗିଥିଲା । ପରେ ଜାହାଜଟି ମାଲେସିଆର ବୋଲି ଚିହ୍ନଟ ହୋଇଥିବା ମନ୍ତ୍ରୀ କହିଛନ୍ତି ।

ଏପଟେ ପୁରୀ ଜିଲ୍ଲାପାଳ କହିଛନ୍ତି, ଏହା ଉପରେ ନଜର ରହିଛି l ଜାହାଜରୁ ତେଲ ଲିକ୍ ହେବା ଆଶଙ୍କା ଥିବାରୁ ତେଲ କାଢିବାକୁ ନିର୍ଦ୍ଦେଶ ଦିଆଯାଇଛି । ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁଓର ଅନୁସାରେ କାମ କରାଯାଇ ଜାହଜକୁ ମାଲେସିଆ ପଠାଯିବ ।

ଭୁବନେଶ୍ବରରୁ ତପନ ଦାସ ଓ ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Aug 26, 2019, 9:47 PM IST

ABOUT THE AUTHOR

...view details