ଓଡିଶା

odisha

ETV Bharat / city

Make In Odisha: 2 ଟି ସଂସ୍କରଣରୁ ୬ ଲକ୍ଷ ୨୬ ହଜାର ୩୫୦ କୋଟି ପୁଞ୍ଜିନିବେଶ ପ୍ରସ୍ତାବ - ମେକ ଇନ ଓଡ଼ିଶା ସଂସ୍କରଣରେ ବର୍ତ୍ତମାନ ସୁଦ୍ଧା ୧୬ ବୃହତ ପ୍ରକଳ୍ପ ସ୍ଥାପନ

ପ୍ରଥମ ୨ଟି ମେକ ଇନ ଓଡ଼ିଶା ସଂସ୍କରଣରୁ ୬ ଲକ୍ଷ ୨୬ ହଜାର ୩୫୦ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରସ୍ତାବ ଆସିଛି । ୨୮୬ ଟି ଆଗ୍ରହ ପ୍ରସ୍ତାବ ମଧ୍ୟରୁ ୧୬୪ ଟି ପ୍ରସ୍ତାବକୁ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ ଦେଇଛି । ବର୍ତ୍ତମାନ ସୁଦ୍ଧା ୧୬ ଟି ବୃହତ ପ୍ରକଳ୍ପ ସ୍ଥାପନ ହୋଇ ଆଂଶିକ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ଅଧିକ ପଢନ୍ତୁ

Make In Odisha  2 ଟି ସଂସ୍କରଣରୁ ୬ ଲକ୍ଷ ୨୬ ହଜାର ୩୫୦ କୋଟି ପୁଞ୍ଜିନିବେଶ ପ୍ରସ୍ତାବ
Make In Odisha 2 ଟି ସଂସ୍କରଣରୁ ୬ ଲକ୍ଷ ୨୬ ହଜାର ୩୫୦ କୋଟି ପୁଞ୍ଜିନିବେଶ ପ୍ରସ୍ତାବ

By

Published : Jul 29, 2022, 9:19 PM IST

ଭୁବନେଶ୍ବର: ପ୍ରଥମ ୨ଟି ମେକ ଇନ ଓଡ଼ିଶା ସଂସ୍କରଣରୁ ୬ ଲକ୍ଷ ୨୬ ହଜାର ୩୫୦ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରସ୍ତାବ ଆସିଛି । ୨୮୬ ଟି ଆଗ୍ରହ ପ୍ରସ୍ତାବ ମଧ୍ୟରୁ ୧୬୪ ଟି ପ୍ରସ୍ତାବକୁ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ ଦେଇଛି । ବର୍ତ୍ତମାନ ସୁଦ୍ଧା ୧୬ ଟି ବୃହତ ପ୍ରକଳ୍ପ ସ୍ଥାପନ ହୋଇ ଆଂଶିକ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ଏହି ପ୍ରକଳ୍ପ ମାଧ୍ୟମରେ ୫ ହଜାର ୬୪୭ ଟଙ୍କାର ପୁଞ୍ଜିନିବେଶ ସହ ୫ ହଜାର ୮୭୮ ନିଯୁକ୍ତି ସୁଯୋଗ ଆକଳନ କରାଯାଇଛି ।

ବିଧାୟକ ତାରା ପ୍ରସାଦ ବାହିନୀପତି ପଚାରିଥିବା ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ । ମନ୍ତ୍ରୀ କହିଛନ୍ତି ଯେ, ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜିନିବେଶକୁ ଆକୃଷ୍ଟ କରିବାକୁ ୨ ଟି ମେକ ଇନ ଓଡ଼ିଶା କରାଯାଇଛି । ୨୦୧୬ ରେ ପ୍ରଥମ ଓ ୨୦୧୮ ରେ ଦ୍ଵିତୀୟ ସଂସ୍କରଣ ଆୟୋଜନ କରାଯାଇଛି । ୨୦୧୬ ମେକ ଇନ ଓଡ଼ିଶା ଆୟୋଜନ ପାଇଁ ଖର୍ଚ୍ଚ ହୋଇ ୨୧.୨୬ କୋଟି । ୨୦୧୮ ରେ ଦ୍ଵିତୀୟ ସଂସ୍କରଣ ପାଇଁ ଖର୍ଚ୍ଚ ହୋଇଛି ୩୩.୭୦ କୋଟି । ୨୦୧୬ରେ ବିଭିନ୍ନ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ପାଇଁ ୨ ଲକ୍ଷ ୩ ହଜାର ୨୩୫ କୋଟିର ପୁଞ୍ଜିନିବେଶ ପାଇ ଆଗ୍ରହ ପ୍ରସ୍ତାବ ଆସିଛି । ଶିଳ୍ପ ସ୍ଥାପନ ପାଇ ୮୪ ଟି କମ୍ପାନୀ ଆଗ୍ରହ ପ୍ରକାଶ କରିଥିଲେ । ୧ ଲକ୍ଷ ୩୭ ହଜାର ୬୩୪ ନିଯୁକ୍ତିର ଆକଳନ କରାଯାଇଛି । ୨୦୧୮ ରେ ୨୦୨ ଟି ଶିଳ୍ପ ସଂସ୍ଥା ଆଗ୍ରହ ପ୍ରକାଶ କରିଥିବାବେଳେ ୪ ଲକ୍ଷ ୨୩ ହଜାର ୧୧୪ କୋଟି ପାଇଁ ନିଯୁକ୍ତି ପ୍ରସ୍ତାବ ମିଳିଛି । ୫ ଲକ୍ଷ ୯୧ ହଜାର ୮୪୭ ନିଯୁକ୍ତି ଆକଳନ କରାଯାଇଛି ।

୨ ଟି ସଂସ୍କରଣରେ ମୋଟ ୨୮୬ ଟି ଆଗ୍ରହ ପ୍ରସ୍ତାବ ମଧ୍ୟରୁ ୧୬୪ ଟି ପ୍ରସ୍ତାବକୁ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ ଦେଇଛି । ୧୬ ଟି ବୃହତ ପ୍ରକଳ୍ପ ସ୍ଥାପନ ହୋଇ ଆଂଶିକ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ଏହା ମାଧ୍ୟମରେ ୫ ହଜାର ୬୪୭ ଟଙ୍କାର ପୁଞ୍ଜିନିବେଶ ସହ ୫ ହଜାର ୮୭୮ ନିଯୁକ୍ତି ଆକଳନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details