ଓଡିଶା

odisha

ETV Bharat / city

ଗୋଖି ବାବାଙ୍କ ମକର ମେଳା: ନଡ଼ିଆ ଯାଚିଲେ ପୂରଣ ହୁଏ ମନସ୍କାମନା! - ଗୋଖି ବାବା ପୀଠରେ ମକର ମେଳା

ରାଜଧାନୀ ସୁନ୍ଦରପଦାରେ ଥିବା ଗୋଖି ବାବାଙ୍କ ପୀଠରେ ଆରମ୍ଭ ହୋଇଛି ମକର ମେଳା । ଏଠାରେ ନଡିଆ ଯାଚିଲେ ପୂର୍ଣ୍ଣ ହୁଏ ମନସ୍କାମନା । ଅଧିକ ପଢନ୍ତୁ...

ଗୋଖି ବାବାଙ୍କ ମକର ମେଳା: ନଡ଼ିଆ ଯାଚିଲେ ପୂରଣ ହୁଏ ମନସ୍କାମନା!
ଗୋଖି ବାବାଙ୍କ ମକର ମେଳା: ନଡ଼ିଆ ଯାଚିଲେ ପୂରଣ ହୁଏ ମନସ୍କାମନା!

By

Published : Jan 14, 2021, 10:42 PM IST

ଭୁବନେଶ୍ବର: ଆଜି ସୂର୍ଯ୍ୟ ଦେବତା ଧନୁ ରାଶିରୁ ମକର ରାଶିକୁ ଯାତ୍ରା କରନ୍ତି । ଯାହାକୁ ଉତ୍ତରାୟଣ କୁହାଯାଏ । ଏହାକୁ ହିନ୍ଦୁମାନେ ବିଭିନ୍ନ ସ୍ଥାନରେ ବିଭିନ୍ନ ନାମରେ ପାଳନ କରୁଥିବାବେଳେ ଓଡ଼ିଶାରେ ଏହି ଦିନକୁ ମକର ସଂକ୍ରାନ୍ତି ଭାବରେ ପାଳନ କରନ୍ତି । ବିଭିନ୍ନ ସ୍ଥାନରେ ଏହି ଦିନ ନାନା ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ ରାଜଧାନୀର ସୁନ୍ଦରପଦାରେ ଥିବା ଗୋଖିବାବାଙ୍କ ପୀଠରେ ଆରମ୍ଭ ହୁଏ ମକର ମେଳା ।

ଗୋଖି ବାବାଙ୍କ ମକର ମେଳା: ନଡ଼ିଆ ଯାଚିଲେ ପୂରଣ ହୁଏ ମନସ୍କାମନା!
ଦୀର୍ଘ 11 ଦିନ ଧରି ଗୋଖି ବାବାଙ୍କ ପୀଠରେ ମକର ମେଳା ଚାଲିଥାଏ । ରାଜ୍ୟର ବିଭିନ୍ନ ସ୍ଥାନରୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଶ୍ରଦ୍ଧାଳୁମାନେ ଆସି ବାବାଙ୍କ ଦର୍ଶନ କରିବା ସହ ଆର୍ଶୀବାଦ ନେଇଥାନ୍ତି । କିମ୍ବଦନ୍ତୀ ଅନୁସାରେ ବାବାଙ୍କୁ ନଡିଆ ଯାଚିଲେ ଯାହା ମନସ୍କାମନା କଲେ ତାହା ପୂରଣ ହୁଏ । ଏଣୁ ଶହ ଶହ ସଂଖ୍ୟାରେ ଭକ୍ତମାନେ ନଡିଆ ବାଡେଇଥାନ୍ତି ବୋଲି ସ୍ଥାନୀୟ ଅଞ୍ଚଳର ଲୋକମାନେ ପ୍ରକାଶ କରିଛନ୍ତି । ସେହିପରି ଲୋକମାନଙ୍କ ମନସ୍କାମନା ପୂରଣ ହେଉଥିବା ଅଞ୍ଚଳର ବିଧାୟକ ସୁର ରାଉତ କହିବା ସହ ବାବାଙ୍କ ଅପାର ମହିମା ରହିଛି ବୋଲି ଜଣାଇଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details