ଭୁବନେଶ୍ବର:ଆଇପିଏସ ସ୍ତରରେ ଅଦଳବଦଳ। ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ରାଜ୍ୟ ସରକାରଙ୍କ ସାଧାରଣ ଓ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
୧୯୮୮ ବ୍ୟାଚ୍ ଆଇପିଏସ୍ ବିନୟାନନ୍ଦ ଝାଙ୍କୁ ଗୃହ ବିଭାଗର ଓଏସ୍ଡି ଭାବେ ନିଯୁକ୍ତ ମିଳିଛି । ୧୯୮୯ ବ୍ୟାଚ୍ ଆଇପିଏସ୍ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଓଏଚ୍ଆରସିର ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଷଡଙ୍ଗୀଙ୍କୁ ରେଳବାଇ ପୋଲିସ୍ ଓ ଉପକୂଳ ସୁରକ୍ଷା ଦାୟିତ୍ୱ ଦିଆଯାଇଛି ।