ଓଡିଶା

odisha

ETV Bharat / city

IPS ସ୍ତରରେ ଅଦଳବଦଳ: ଜେଲ ବିଭାଗ IG ହେଲେ ଦୀପ୍ତତେସ ପଟ୍ଟନାୟକ

IPS ସ୍ତରରେ ଅଦଳବଦଳ । ଜେଲ ବିଭାଗ ଆଇଜି ଭାବେ ବରିଷ୍ଠ ଆଇପିଏସ ଦୀପ୍ତତେସ ପଟ୍ଟନାୟକଙ୍କୁ ଦାୟିତ୍ବ ଦେଇଛନ୍ତି ସରକାର । ଅଧିକ ପଢନ୍ତୁ...

IPS ସ୍ତରରେ ଅଦଳବଦଳ
IPS ସ୍ତରରେ ଅଦଳବଦଳ

By

Published : Jun 9, 2021, 8:09 PM IST

ଭୁବନେଶ୍ବର: ଆଇପିଏସ ସ୍ତରରେ ଛୋଟ ଓ ଗୁରୁତ୍ବପୂର୍ଣ୍ଣ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଜେଲ ବିଭାଗ ଆଇଜି ଭାବେ ବରିଷ୍ଠ ଆଇପିଏସ ଦୀପ୍ତତେସ ପଟ୍ଟନାୟକଙ୍କୁ ଦାୟିତ୍ବ ଦେଇଛନ୍ତି ସରକାର । ପୂର୍ବରୁ ସେ ପୂର୍ବାଞ୍ଚଳ (ବାଲେଶ୍ଵର) ଆଇଜି ଥିଲେ ।

ଗତ କିଛି ମାସ ହେଲା ବିଭିନ୍ନ ଜେଲରେ ନିଶା କାରବାର ଚାଲୁଥିବା ନେଇ ଭିଡିଓ ଭାଇରାଲ ହୋଇଥିଲା । ଏନେଇ ବିଭାଗ ଚର୍ଚ୍ଚା ଓ ବିବାଦରେ ଥିଲା । 1997 ବ୍ୟାଚର ଅଫିସର ଦୀପ୍ତତେସ ଦାୟିତ୍ବ ନେବା ପରେ ଜେଲର ଏହି ଚିତ୍ରରେ ସୁଧାର ଆସିବ ବୋଲି ଆଶା କରାଯାଉଛି ।

ଦୀପ୍ତତେସ ଜେଲ ଆଇଜି ହେବା ପରେ ପୂର୍ବାଞ୍ଚଳ (ବାଲେଶ୍ଵର) ଆଇଜି ହୋଇଛନ୍ତି ହିମାଂଶୁ ଲାଲ । ପୂର୍ବରୁ 2003 ବ୍ୟାଚର ହିମାଂଶୁ ଜେଲ ବିଭାଗ ଆଇଜି ଥିଲେ । ସେହିପରି କେନ୍ଦ୍ରାଞ୍ଚଳ ଆଇଜି ହୋଇଛନ୍ତି 2002 ବ୍ୟାଚର ନରସିଂହ ଭୋଳ। ଏହା ପୂର୍ବରୁ ନରସିଂହ ଉତ୍ତର ଓଡ଼ିଶା, ସମ୍ବଲପୁର ରେଞ୍ଜର ଆଇଜି ଦାୟିତ୍ବରେ ଥିଲେ । କେନ୍ଦ୍ରାଞ୍ଚଳ ଆଇଜି ଥିବା ଆଶିଷ ସିଂ ଅବକାରୀ କମିଶନର ହେବା ପରେ ଏହି ପଦବୀ କିଛି ମାସ ହେଲା ଫାଙ୍କା ଥିଲା ।

ସେହିପରି ସେଣ୍ଟ୍ରାଲ ଡେପୁଟେସନରୁ ଫେରିଥିବା 2004 ବ୍ୟାଚର ଦୀପକ କୁମାରଙ୍କୁ ଉତ୍ତର ଓଡ଼ିଶା, ସମ୍ବଲପୁର ରେଞ୍ଜର ଆଇଜି ଦାୟିତ୍ବରେ ଦିଆଯାଇଛି । କମିଶନରରେଟ ପୋଲିସର ଡିସିପି ହେର୍ଡକ୍ବାଟର ଦାୟିତ୍ବରେ ଥିବା ବରିଷ୍ଠ ଓଡ଼ିଶା ପୋଲିସ ସେବା ଅଧିକାରୀ ରାଜକିଶୋର ପାଇକରାୟଙ୍କୁ ନୂଆ ଦାୟିତ୍ବ ମିଳିଛି । ରାଜକିଶୋର ପାଇକରାୟଙ୍କୁ ଦେବଗଡ଼ ଏସପି ଭାବେ ଦାୟିତ୍ବ ଦିଆଯାଇଛି। କମିଶନରରେଟ ପୋଲିସର ଅତିରିକ୍ତ ଡିସିପି ଥିବା ଡି.ପି ତ୍ରିପାଠୀଙ୍କୁ କଟକ ବଦଳି କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details