ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ହେଲେ ଭୁବନେଶ୍ବର ମହାନଗର ନିଗମ କମିଶନର । ଏହା ବ୍ୟତୀତ ସେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ସିଇଓ, କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଓ ବିଡିଏର ଉପାଧ୍ୟକ୍ଷକ ଭାବେ ଅତିରିକ୍ତ ଦାୟିତ୍ବ ତୁଳାଇବେ । ରାଜ୍ୟ ସରକାର ବିଏମସି କମିଶନର ପଦକୁ ଯୁଗ୍ମ ସଚିବ ପାହ୍ୟର ମାନ୍ୟତା ଦେଇଛନ୍ତି ।
କଟକ ମହାନଗର ନିଗମ କମିଶର ଥିବା ଅନନ୍ୟା ଦାସ ହେଲେ ସମ୍ବଲପୁର ଜିଲ୍ଲାପାଳ । ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ହେଲେ ଗଞ୍ଜାମ ଜିଲ୍ଲାପାଳ । କଳାହାଣ୍ଡି ଜିଲ୍ଲାପାଳ ଗଭଲି ପରାଗ ହେଲେ ସୁନ୍ଦରଗଡ ଜିଲ୍ଲାପାଳ । ନୂଆପଡା ଜିଲ୍ଲାପାଳ ସ୍ବଧା ଦେବ ସିଂ ହେଲେ ରାୟଗଡା ଜିଲ୍ଲାପାଳ, ରାୟଗଡା ଜିଲ୍ଲାପାଳ ସରୋଜ ମିଶ୍ର ହେଲେ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ । ବ୍ରହ୍ମପୁର ମହାନଗ ନିଗମ କମିଶନର ଥିବା ସିଧେଶ୍ବର ବୋନ୍ଦାର ହେଲେ ଭଦ୍ରକ ଜିଲ୍ଲପାଳ । ଭଦ୍ରକ ଜିଲ୍ଲାପାଳ ଥିବା ତ୍ରିଲୋଚନ ମାଝୀ ହେଲେ ରାଜସ୍ବ ବିଭାଗର ସ୍ବତନ୍ତ୍ର ସଚିବ । ଗଞ୍ଜାମ PD DRDA ଥିବା ଦତ୍ତାତ୍ରୟ ଭଉସାହେବ ସିନ୍ଧେ ହେଲେ ବାଲେଶ୍ବର ଜିଲ୍ଲାପାଳ ।
ସେହିପରି କଳାହାଣ୍ଡି PD DRDA ଥିବା ସୋମେଶ ଉପାଧ୍ୟାୟ ହେଲେ ଦେବଗଡ ଜିଲ୍ଲାପାଳ । ମୟୁରଭଞ୍ଜ PD DRDA ଥିବା ପି.ଅନ୍ବେଷା ରେଡ୍ଡୀ ହେଲେ କଳାହାଣ୍ଡି ଜିଲ୍ଲାପାଳ । ବାଲେଶ୍ବର ଉପଜିଲ୍ଲାପାଳ ଥିବା ପାଟିଲ ଆଶିଷ ଇଶ୍ବର ହେଲେ କନ୍ଧମାଳର ନୂଆ ଜିଲ୍ଲାପାଳ । କୋରାପୁଟ PD DRDA ଥିବା ହେମ କାନ୍ତ ସାଏ ହେଲେ ନୂଆପଡା ଜିଲ୍ଲାପାଳ । ବ୍ରହ୍ମପୁର ଉପ-ଜିଲ୍ଲାପାଳ ଥିବା ଭି. କିର୍ତ୍ତୀ ଭାସନ ହେଲେ ଗଞ୍ଜାମ PD DRDA । ସମ୍ବଲପୁର ଉପ-ଜିଲ୍ଲାପାଳ ଥିବା ସୂର୍ଯ୍ୟୱଶୀଂ ମୟୁର ବିକାଶ ହେଲେ ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିଶନର । ଗୁନୁପୁର ଉପଜିଲ୍ଲାପାଳ ଥିବା ଜେ. ସୋନାଲ ହେଲେ ବ୍ରହ୍ମପୁର ମହାନଗର ନିଗମର ନୂଆ କମିଶନର । ସେହିଭଳି ନବରଙ୍ଗପୁର ଉପଜିଲ୍ଲାପାଳ ଥିବା ଅକ୍ଷୟ ସୁନିଲ ଅଗ୍ରୱାଲ ହେଲେ ସାଧାରଣ ପ୍ରଶାସନ ବିଭାଗ ସଚିବ ।