ଭୁବନେଶ୍ବର: ଆଇଏଏସସ୍ତରରେ ବଡଧରଣର ଅଦଳବଦଳ। 1999 ବ୍ୟାଚ ଆଇଏଏସ ଏନବିଏସ ରାଜପୂତଙ୍କୁ କେନ୍ଦ୍ର ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଆସନ୍ତା 5ବର୍ଷ ଯାଏ ସେ କେନ୍ଦ୍ରରେ ରହିବେ ।
ଆଇଏଏସ ସ୍ତରରେ ଅଦଳବଦଳ - ias reshuffle
ଆଇଏଏସସ୍ତରରେ ବଡଧରଣର ଅଦଳବଦଳ । 1999 ବ୍ୟାଚ ଆଇଏଏସ ଏନବିଏସ ରାଜପୂତଙ୍କୁ କେନ୍ଦ୍ର ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ
ସେପଟେ 2007 ବ୍ୟାଚ ଅଫିସର ସଚିନ ରାମଚନ୍ଦ୍ର ଯାଦବ ପର୍ଯ୍ୟଟନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ଗୁହା ପୁନମ ତାପସ କୁମାର ଜନଜାତି ବ୍ୟାପାର ନିର୍ଦ୍ଦେଶକ, 2008 ବ୍ୟାଚ ବି ପରମେଶ୍ବରନ ପାନୀୟ ଜଳ ନିର୍ଦ୍ଦେଶକ, ବୃନ୍ଦାବନ ବେହେରା ଲ୍ୟାଣ୍ଡ ରେକର୍ଡ ନିର୍ଦ୍ଦେଶକ, 2012 ବ୍ୟାଚ ଆଇଏଏସ ସ୍ମୃତିରଂଜନ ପ୍ରଧାନ ମତ୍ସ୍ୟ ନିର୍ଦ୍ଦେଶକ ଓ ଉମାକାନ୍ତ ତ୍ରିପାଠୀ ପଞ୍ଚାୟତିରାଜ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
Last Updated : Feb 24, 2020, 11:23 PM IST